ଆଗୋ ପ୍ରିୟତମା
ମନର ମଇନା
ସତେ କୀ ଶୀତଳ ଜ୍ୟୋତ୍ସ୍ନା
ତମେ ମନରମା ॥୧॥
କନ୍ୟା ତମେ ରୂପସୀ
ବୟସ ବାଇଶି
ତୁମେ କ୍ରୁଷ୍ଣା, ତୁମେ କାବେରୀ
ପ୍ରାଣ ପ୍ରିୟା କନ୍ୟା ଅଳସୀ ॥୨॥
କଣ୍ଠ ସୁଶୋଭିତ
ଶରୀର ସୁଢୋଳ
ପାଦରେ ପାଉଁଜି
ଝଣ ଝଣ ସୁଶୋଭିତ ॥୩॥
କାନେ କାନଫୁଲ,
ନାକେ ନାକଗୁଣା
ସାଥୀ ତମେ ମୋର
ପ୍ରିୟ ସତଗୁଣା ॥୪॥
ତମ ବକ୍ଷ ଦେଶ
ଯେପରି ଚନ୍ଦ୍ରମା
ସତେକି ସରଗ
କଟି ଦେଶ ତମ ॥୫॥
କେଡ଼େ ସୁନ୍ଦର, ଓଠ ତୁମର
ଉପମା ବିହୀନ, ତମ ନୟନ
ଜୀବ ଚାଲି ଯାଉ
ଉପମା ଦେଉ ଦେଉ ॥୬॥
Comments
ଡ. ସୁବ୍ରତ କୁମାର ମହନ୍ତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।