You are currently viewing ପୁରୁଣା ସ୍ମୃତିର ସନ୍ଧାନରେ
ପୁରୁଣା ସ୍ମୃତିର ସନ୍ଧାନରେ

ପୁରୁଣା ସ୍ମୃତିର ସନ୍ଧାନରେ

ଯଦି ବି ଏଇ ଜୀବନର
ବାଇଶି ବର୍ଷର ଭିଡ଼ ଭିତରେ
ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବା
ସେଥିରେ ନିଜକୁ ଖୋଜିବା ଓ ଶୁଣିବା
ଯଦିଓ ଏତେ ସହଜ ନୁହେଁ
ତଥାପି ଏ ମନର ପକ୍ଷୀ
ଅସୀମ ଉଡାଣ ଲାଗି
ମନ ବଲଉଛି
ପୁରୁଣା ସ୍ମୃତିର ସନ୍ଧାନରେ ॥

ଏହି କୋଳାହଳ ଭିଡ଼ ଭିତରେ
ମୁଁ ଖୋଜିବୁଲେ ଅତୀତର ପୃଷ୍ଠାଗୁଡ଼ିକୁ
କଳ୍ପନାର ପୁସ୍ତକରେ
ଖୁସିର ମହକ ଥିଲା ନା ସାନ୍ତ୍ୱନାର ଚହଟ
ଋତୁର ପ୍ରୀତି ଥିଲା ନା ଜହ୍ନରାତିର ଜମାଟ
ରହିଯାଏ ମୁଁ ଦ୍ଵନ୍ଦରେ
ଆଉ ଛିଣ୍ଡାଛିଣ୍ଡା ପୃଷ୍ଠାଗୁଡ଼ା
ଲେଉଟିଯାଏ ମଝିରେ ମଝିରେ
ତଥାପି ମନର ପକ୍ଷୀ ଉଡ଼ିଚାଲିଛି
ପୁରୁଣା ସ୍ମୃତିର ସନ୍ଧାନରେ ॥

କଳ୍ପନାର ପ୍ରଥମ ପୃଷ୍ଠାରେ
କଳ୍ପନାକୁ ଖୋଜିଛି ଜଣେ ସାମ୍ବାଦିକ ଭାବେ
ଆଉ ଅନୁସନ୍ଧାନ କରିଛି
ଜୀବନର ପ୍ରତିଟି ମୁହୂର୍ତ୍ତକୁ
ନା କଳ୍ପନାର ଅନ୍ତିମ ପୃଷ୍ଠାରେ ଲେଖିଛି
ଅନେକ କବିତା ଓ ଗଳ୍ପ
କଳ୍ପନାର ଆଉ ବାସ୍ତବର ॥

ନା ଆଙ୍କିଛି ଯୌବନର ଚିତ୍ର
ଜଣେ ଗାୟିକା ଓ ନର୍ତ୍ତକୀ ସାଥେ
ରଙ୍ଗଭରା ମଞ୍ଚର ମେହଫିଲରେ
ନା ଖୋଜୁଛି ମୋ ଛଅ ବର୍ଷର କଳ୍ପନା ନାୟିକାକୁ ନିକିତାର ରୂପରେ
ନିଜକୁ ଉଜ୍ଜୀବିତ କରିଛି
ତା’ର କୋମଳ ଓଠର ସ୍ପର୍ଶରେ
ପାଏନା ଉତ୍ତର ମନ ରହିଯାଏ ଦ୍ଵନ୍ଦରେ
ତଥାପି ମନର ପକ୍ଷୀ ଉଡ଼ିଚାଲିଛି
ପୁରୁଣା ସ୍ମୃତିର ସନ୍ଧାନରେ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାମ କଲତା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।