You are currently viewing ତୁ ଆଉ ମୁଁ
ତୁ ଆଉ ମୁଁ

ତୁ ଆଉ ମୁଁ

ତୋ’ ସହିତ ସେହି ଦେଖା
ଅଳ୍ପ ସମୟ ପାଇଁ କିଛି କଥା ।

ମନରେ ଯାଇଛି ରହି
ଯେତେ ଚାହିଁଲେ ବି ମୁଁ ଭୁଲି ପାରୁନାହଁ ।

ମନରେ ମୋର ଏତେ ଦ୍ୱନ୍ଦ କାହିଁ?
ଯେତେବେଳେ ତୁ ଆଉ କାହାର ଯାଇଛୁ ହେଇ !

ତୁ ରହିବା ନ ରହିବାରେ ମୋତେ କିଛି ଲାଗେ ନାହିଁ
କିନ୍ତୁ ଆମ ଭିତରେ ଥିବା ଏଇ ଦୂରତାରେ
ମୁଁ ଅଣନିଃଶ୍ୱାସୀ ଯାଏ ହୋଇ ।

ମୋନାଲିସା ଧଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମୋନାଲିସା ଧଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ଆଦିରେ ସ୍ଥାନ ପାଇଛି ।