You are currently viewing କର୍ତ୍ତବ୍ୟ
Odia Poem Kartabya (କର୍ତ୍ତବ୍ୟ) by Alok Tripathy

କର୍ତ୍ତବ୍ୟ

ଏକ ଅଳସଭରା ବେଳାରେ,
ଜହ୍ନ ଯେବେ ଉଙ୍କି ମାରେ ମନର ଆକାଶେ ।
ଆଉ କେତେଯେ ଯାତରା ଚାଲେ,
ଇଚ୍ଛାର ବେଳାଭୂମି ଠାରେ ।
ହେଲେ କାହୁଁ ମାଡ଼ି ଆସେ ବାସ୍ତବିକତାର ବତାସ,
ଆଉ ଉଜାଡ଼ି ଦିଏ ସବୁକିଛି ।
କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ବି,
ଲାଗେ ଭୀଷଣ ବଜ୍ରଧ୍ୱନି,
ଧମକ ଦିଏ ସମୟ,
ବାକିଥିବା ଦାୟିତ୍ୱର ହିସାବ ମାଗି ପଚାରେ,
ଆଉ କେବେ???
ଆଉ କେବେ???

– ଆଲୋକ ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଲୋକ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।