You are currently viewing ସମୟ ସ୍ରୋତରେ ଜୀବନ
ସମୟ ସ୍ରୋତରେ ଜୀବନ

ସମୟ ସ୍ରୋତରେ ଜୀବନ

ସମୟ ଗଡ଼ିଚାଲେ
ଅବିରତ ଅବିରାମ ଅବିଶ୍ରାନ୍ତ ଭଳି
ଆମେ ହିସାବ ରଖୁ
ଦିନ ପରେ ମାସ
ମାସ ପରେ ବର୍ଷ
ଶୁଭ ଅଶୁଭ ଭଲ ମନ୍ଦ
ଏସବୁ ତ ଆମ ବିଚାର
କିନ୍ତୁ…
ସମୟ ତ ନିର୍ବିକାର ॥

ମୋର ଉପସ୍ଥିତି ହିଁ
ସମୟକୁ ଧାର୍ଯ୍ୟ କରେ
କେବେ କେତେବେଳେ
କ’ଣ କରିବା ନକରିବା
ତା’ପରେ ବି ନୟତି ସ୍ଥିର କରେ
କ’ଣ କିପରି କେମିତି ଘଟିବ ॥

ସମୟ ସ୍ରୋତରେ ତ ଆମେ
ଶୁଖିଲା ପତ୍ର ଗୋଟେ
ବାଳୁତ ସୂର୍ଯ୍ୟ ପରି
ସକାଳ ମଧ୍ୟାହ୍ନ ଅପରାହ୍ନ ସନ୍ଧ୍ୟା
ପରି ତ ଆମ ଏ ଜୀବନ ॥
ତଥାପି ସମୟକୁ ଜାବୁଡ଼ି ଧରିବାର
ନିଷ୍ଫଳ ଚେଷ୍ଟା କେବେ ବି ସରେନା ॥

– ଜ୍ଞାନ ରଞ୍ଜନ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜ୍ଞାନ ରଞ୍ଜନ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଲେଖନ୍ତି । ତାଙ୍କ ରଚିତ ଲେଖାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି । ଏତଦ୍‌ବ୍ୟତୀତ ସେ ଜଣେ ସମାଜସେବୀ ଭାବରେ ନିସ୍ୱାର୍ଥପର ଭାବରେ ଅନେକ ସେବାକାର୍ଯ୍ୟ କରନ୍ତି ।