Happy Rose Day

ହାପି ରୋଜ୍ ଡେ…

ଗୋଲାପ ଏମିତି ଗୋଟିଏ ଫୁଲ, ନିଜେ ଗଛରୁ ଅଲଗା ହୋଇଯାଏ କିନ୍ତୁ ଦୁଇଟି ହୃଦୟ ଯୋଡ଼ିଦିଏ । ଫୁଲଟେ ହେଲେବି ଗୋଲାପର ମନ ଅଛି, ଇଛା ବି ଅଛି । ଗୋଲାପ ଫୁଲରେ କଣ୍ଟା ଥିଲେ ମଧ୍ୟ ତା’ ସୌନ୍ଦର୍ଯ୍ୟରେ ସମସ୍ତେ ଆକର୍ଷିତ ହୋଇଯାନ୍ତି । ସମସ୍ତଙ୍କ ଭିତରୁ ମୁଁ କେମିତି ଅଲଗା ହୋଇଯିବି? ଗୋଲାପର ସୌନ୍ଦର୍ଯ୍ୟ ଓ ବାସ୍ନାରେ ଆକର୍ଷିତ ହୋଇ ମୁଁ ଧାଇଁଗଲି ତା’ ପାଖକୁ । କଲେଜର ବଗିଚାରୁ ତୋଳି ଆଣିଥିଲି ସେଇ ଗୋଲାପ ଫୁଲକୁ, ଖାସ୍ ତୋ’ରି…

ଅଧିକ ପଢ଼ନ୍ତୁ
Propose day

ପ୍ରପୋଜ୍ ଡେ

ସାଇବାବାଙ୍କ ମନ୍ଦିର ଯିବା ତ ଖାଲି ବାହାନା ଥିଲା, ହେଲେ ପ୍ରତ୍ୟେକ ଗୁରୁବାର ଦିନ କିରଣକୁ ଦେଖା କରିବାକୁ ଯାଏ । ତା’ର ମୋର ପ୍ରଥମ ଦେଖା ସାକ୍ଷାତ ସେଇ ମନ୍ଦିରରୁ ହୋଇଥିଲା । ସେତେବେଳେ ମୁଁ ତାକୁ ଚିହ୍ନି ନଥିଲି କି ଜାଣିନଥିଲି । ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲୁ । କଥାବାର୍ତ୍ତାରୁ ଧୀରେଧୀରେ ଆମ ସମ୍ପର୍କ ବଢ଼ିବାକୁ ଲାଗିଲା । ଆଜିକାଲି ଦୁନିଆର ଚାଲିଚଳଣିରେ ଆମେ ନିଜକୁ ସାମିଲ କରିନେଲୁ । ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ପରସ୍ପରର…

ଅଧିକ ପଢ଼ନ୍ତୁ
Radhika on Chocolate day

ଚକୋଲଟ୍ ଡେ: ରାଧିକା…

ତମେବି ଛୁଆଟିଏ ପରି, ସେଦିନ କଅଣ କହିଦେଲି ଯେ ଚକୋଲେଟ ଖିଆ ଛାଡ଼ିଦେଲ ଅର୍ଦ୍ଧ ରାତିରେ ସୁନା ପିଲାଟିଏ ପରି । ଆଜି ଖାଇଲେ କିଛି କହିବିନି । କିଏ କହିଲା ଚକୋଲେଟ ଖାଇଲେ ମୋଟି ହେବ ବୋଲି? ତା’ଛଡ଼ା, ଯେତେ ଓଜନ ହେଲେବି ଭାର ମୁଁହିଁ ତ ବୋହିବିନା । -ଆରେ… ଆରେ ରାଗିକି କୁଆଡ଼େ ଯାଉଛ? ବାହାରେ ବର୍ଷା ହଉଛି…. -ସତରେ ତମେ ସବୁଠୁ ନିଆରା । ଗୋଟିଏ ଚକୋଲେଟରେ ବୁଝିଯାଉଥିବା ମନଟିକୁ କୋଟିଏ ଦାମୀ ଉପହାର କେବେ ଖୁସି…

ଅଧିକ ପଢ଼ନ୍ତୁ
Topae Sindura

ଟୋପାଏ ସିନ୍ଦୂର

କୁଆଁରୀ ଜୀବନେ ଆଣିଦିଏ ପରିବର୍ତ୍ତନ ବିବାହ ବନ୍ଧନେ ସିନ୍ଦୂର ହୁଏ ତା’ ଜୀବନ । ଟୋପାଏ ସିନ୍ଦୂର ମୂଲ୍ୟ ନାରୀ ପାଇଁ ଅମୂଲ୍ୟ ଜୀବନେ ଭରିଦେ ହସ ଖୁସି ବୈକୁଣ୍ଠ ତୁଲ୍ୟ । ଦୁଇ ହାତ ମନ ଦୁଇ ପ୍ରାଣ ଏକାଠି କରେ ଅଚିହ୍ନା ଚିହ୍ନା କରି ଗଢ଼େ ସୁନ୍ଦର ସଂସାର । ସୌଭାଗ୍ୟବତୀ ଚିହ୍ନ ଅଟଇ ରକ୍ତିମ ଚୂର୍ଣ୍ଣ ବନ୍ଧନେ ବାନ୍ଧି ରଖେ ଶାନ୍ତ କୋମଳ ତା’ ମନ । ସେତ ସୀମାନ୍ତରେ ଶୋଭାପାଏ ସୁହାଗିନୀର ସ୍ଵର୍ଣ୍ଣିମ ଅଧ୍ୟାୟ ଚିରନ୍ତନ ପ୍ରେମ…

ଅଧିକ ପଢ଼ନ୍ତୁ
Deuchhi Ehi Katha

ଦେଉଛି ଏହି କଥା

ଭଲ ପାଉଛି ତୁମକୁ ମୁହିଁ ଜୀବନଠାରୁ ବେଶୀ ତୁମେ କହିଲେ ଜୀବନ ଦେବି ସଜନୀ ହସି ହସି ତୁମକୁ ପାଇ ଧନ୍ୟ ମୁଁ ହେଲି ପ୍ରେମ ଗୀତିକା ଗାଇ ମୁଁ ହେଲି ତୁମ ଶ୍ୟାମଘନ, ତମେ ହେଲ ମୋ ରାଇ ଭ୍ରମର ଯେହ୍ନେ ଫୁଲ ପାଖରେ ହୁଅଇ ଗୁଣୁ ମୁଁ ସେମିତି ଧାଇଁ ଯାଏ ଗୋ ତୁମ ଡାକ ଶୁଣୁ ଶୁଣୁ ଜହ୍ନ ଯେମିତି କଇଁକୁ ଦେଖେ, ତୁମକୁ ଦେଖେ ମୁହିଁ ଜଳ ବିହୁନେ ମାଛ ପରିକା…

ଅଧିକ ପଢ଼ନ୍ତୁ