ଶୁଆଶାରୀ
ବୁଡ଼ି ଯାଉଥିଲେ ବାରୁଣୀ ଦିଗରେ ପ୍ରଭାକର ରଙ୍ଗ ବିଞ୍ଚି, ଗୋଠ ଫେରୁଥିଲା ଗୋଧୂଳି ଉଡ଼େଇ ନୀଡ଼ ଅଭିମୁଖେ ପଷୀ (୧) ଗଛ ପଚାରିଲା କହଲୋ କସ୍ତୁରୀ ମନ କରୁ କାଇଁ ଉଣା, ନୀରବରେ ବସି ସବୁବେଳେ କାଇଁ ଢାଳୁଅଛୁ ଅଶ୍ରୁଧାରା (୨) ଭାଙ୍ଗିଯାଇଥିଲେ ଗଢ଼େଇ ଦେବି ମୁଁ ହଜିଥିଲେ ଦେବି ଖୋଜି, ନୀରବତା ଭାଙ୍ଗି କହ ଥରେ ଶାରୀ କିସ ଭାଳୁ ବସି ବସି (୩) ସହସ୍ର ବର୍ଷର କୋହ ବେଦନାକୁ ଆଖିବାଟେ ଦେଇ ଢାଳି ଶାରୀ…