ନକଲି ସ୍ୱପ୍ନ
ବୟସ ପାଖାପାଖି ୬୫ କି ୭୦ ହେବ, ଦୁର୍ବଳ ଶରୀର, ହାତ ଦୁଇଟା ଭାରି ଜୋରରେ ଥରୁଥାନ୍ତି, ଦାନ୍ତ ଗୁଡ଼ାକ ମଧ୍ୟ ଝଡ଼ିଯାଇଥାଏ, ବାସ କିଛିଟା ରହିଯାଇଥାଏ । ଦୃଷ୍ଟି ଶକ୍ତି ମଧ୍ୟ ଶେଷ ଅବସ୍ଥାରେ, ଏତେ ମାତ୍ରାରେ ରୁଗ୍ଣ ହୋଇ ମଧ୍ୟ ଘର ବାରଣ୍ଡାରେ ବୁଢ଼ା ମଉସା ନାତି ଟୋକା ସହ ବସି ଖୁସି ଗପରେ ମସଗୁଲ ଥାଏ । ନାତି ଟୋକାକୁ ପାଇ ବୁଢ଼ାର ମନ ପୁରା କୁଣ୍ଢେମୋଟ ଯେମିତି ମୋତିମାଣିକ ପାଇଯାଇଛି ବୁଢ଼ା…