Odia Poem Tuma Bina (ତୁମ ବିନା) by Rajeswari Panda

ତୁମ ବିନା

ତୁମ ସାଥେ ଦିନେ ଖେଳୁଥିଲି ହୋଲି ପାଳୁଥିଲି ଦୀପାବଳୀ, ଫଗୁଣରେ ଦୁହେଁ ଭିଜୁଥିଲେ ଆମେ ରଙ୍ଗ ହୋଇ ବୋଳାବୋଳି ॥ ଫଗୁ ରଙ୍ଗକୁ ସିନ୍ଥିରେ ମୋ ଭରି କହୁଥିଲ ତୁମ ବଧୂ, ମିଛ ବଧୂ ସାଜି ଭାବୁଥିଲି ଦିନେ ପାଇଗଲି ସୁଖ ସିନ୍ଧୁ ॥ ସତ ମିଛ କିଛି ଦିଶୁତ ନଥିଲା ତୁମ ପ୍ରେମେ ଅନ୍ଧ ଥିଲି, ସବୁକଥା ତୁମ ସତ ଲାଗୁଥିଲା ସତ ବଧୂ ସାଜିଗଲି ॥ ତୁମ ଅଗଣାରେ ଚାଲୁଥିଲି ଦିନେ ପୂଜୁଥିଲି ମୁଁ…

ଅଧିକ ପଢ଼ନ୍ତୁ
Odia Poem Tela (ତେଲ) by Bijay Choudhury

ତେଲ

ଆଜ୍ଞା, ଭାବୁଛନ୍ତି ନା ତେଲ ମାନେ ପେଟ୍ରୋଲ ଡିଜେଲ ! ହଁ ନଭାବିବେ କାହିଁକି? ତେଲର ତାତି ଯେତେବେଳେ ଦିଲ୍ଲୀରୁ ପଲ୍ଲୀ, ପାର୍ଲିଆମେଣ୍ଟରୁ ଗାଁ ଚଉପାଢ଼ି ପର୍ଯ୍ୟନ୍ତ ମାଡ଼ିଗଲାଣି, ଚିତ୍କାର ହୋହଲ୍ଲା ଫୋଟ ନାଟ, ଆପଣ ବି ଭାବିବା ସ୍ୱାଭାବିକ । କିନ୍ତୁ ସମସ୍ତେ ଜାଣନ୍ତି ତେଲ ବୃଦ୍ଧିର ସଠିକ କାରଣ । ଯଦିଓ କେନ୍ଦ୍ର ରାଜ୍ୟକୁ ଓ ରାଜ୍ୟ କେନ୍ଦ୍ରକୁ ନିନ୍ଦା କରନ୍ତି ଓ ଚୁପ ରହନ୍ତି । କଥା ହେଲା ଦୁହେଁ ଏଥିରୁ ଯେଉଁ…

ଅଧିକ ପଢ଼ନ୍ତୁ
Odia Poem Corona (କରୋନା) by Balaram Panda

କରୋନା

କରୋନା ବିକୁଛି ରୋଗ ପୁଡ଼ିଆଲୋ ବଜାର ଘାଟରେ ବୁଲି ଅମାନିଆ ସବୁ କିଣନ୍ତି ଆସିକି ମୁହଁରୁ ମାସ୍କ ଖୋଲି । ବର୍ଷ ଆରମ୍ଭରୁ ରାଲି ଇସ୍କୁଲୁ ହତାରେ କେବେ ଫିଙ୍ଗା ହବ ଭାତକୁ ପାଣିଆ ଡାଲି !? ଦିନରେ ବୁଲୁ ଖୁଲମ ଖୁଉଲୁ ରାତିରେ ଝୁଲୁଛି ତାଲା ପୁଣି କାଇଁକି ଲକଡାଉନ୍ ଭ୍ୟାକସିନ୍ କୋଉଠି ମଲା । ଏଣେ ନବୀନ ଦାଣ୍ଡରେ ପାଲା ପୃଥିବୀକୁ ପ୍ରଳୟ ଆସୁହେ କାଉଣ୍ଟର ରଖିଥା ଖୋଲା । କୋରନା ତୋ’ପାଇଁ ମାଇପ…

ଅଧିକ ପଢ଼ନ୍ତୁ
Odia Poem Niara Pari (ନିଆରା ପରୀ) by Saroj Kumar Sahoo

ନିଆରା ପରୀ

ଘନ କଳାକେଶେ ଗଜରା ବାନ୍ଧିଣ ଚାଲିଗଲେ ଏଇ ବାଟେ ମଲ୍ଲୀ ଜୁଇଜାଇ ହେନା ମାଳତୀର ବାସରେ ମହକ ଛୁଟେ । ରକ୍ତଜବା ପରି ଅଧରରୁ ଯେବେ ଝରି ପଡ଼େ ମିଠା ମହୁ କେଜାଣେ କାହିଁକି ନିଜ ଅଜାଣତେ ଖୋଲିଦିଏ ଦୁଇ ବାହୁ । ପଦ୍ମ ପାଖୁଡାର କଅଁଳ ପାଦରେ ଅଳତାର ଧାର ହସେ ଆଖିର କଜ୍ୱଳ ତେଜସ୍ୱନୀ ମୁଖ ଆହୁରି ଉଜ୍ୱଳ ଦିଶେ । ମୁଦ୍ରିତ ନୟନ ଲାଗେ ଲୋଭନୀୟ ତା’ ସାଥେ ଚାହାଣି ଆଭା ଦୋଳାୟିତ…

ଅଧିକ ପଢ଼ନ୍ତୁ
Mo Preranadayini Maa (ମୋ ପ୍ରେରଣାଦାୟିନୀ ମାଆ) by Bidisha Patrao

ମୋ ପ୍ରେରଣାଦାୟିନୀ ମାଆ

ମାଆ… ସମସ୍ତଙ୍କ ଜୀବନରେ ଏହି ବ୍ୟକ୍ତିତ୍ୱଙ୍କର ସ୍ଥାନଟି ଅତୂଳନୀୟ । ମାନୁଛି ଯେ, ଏହି ଶବ୍ଦ ଦୁନିଆର ସବୁଠାରୁ ଛୋଟ ଶବ୍ଦ କିନ୍ତୁ ତା’ ଠାରୁ ବଡ଼ ମଧ୍ୟ ଦୁନିଆରେ କିଛି ନାହିଁ… ଆଉ କିଛି ମଧ୍ୟ ନାହିଁ । ଜନନୀ, ମାତା, ବୋଉ… ଏମିତି ବହୁତ ନାମ ଅଛି ତାଙ୍କର । ମୋ ଜୀବନରେ ମୋ ମାଆଙ୍କ ସ୍ଥାନ ସର୍ବୋଚ୍ଚ, ଅତୂଳନୀୟ । ତାଙ୍କ ପ୍ରତି ଥିବା ଅସୀମ ଭଲପାଇବାକୁ ବର୍ଣ୍ଣନା କରିବା ପାଇଁ ମୋ…

ଅଧିକ ପଢ଼ନ୍ତୁ