Odia Poem Nishira Chithi (ନିଶିର ଚିଠି) by Sonali Sucharita

ନିଶିର ଚିଠି

ରାତି ଅଧାରୁ ବେଶି ସରିଗଲାଣି, କୁଆଁତାରା ବୋଧେ ଆଉ କିଛି ସମୟରେ ମୁହଁ ଦେଖେଇବ । ତୁମେ ପୁଣି ଅଧା ନିଦରେ ମୋ ନାଁ ନେଇ ଟିକେ ଖୁଜବୁଜ ହେବ । ଆଜି ଆଉ ଗପ କହିବିନି, ଆଜି ଖାଲି ଟିକେ କଥା ହେବା ଭାବିଛି । ଆମ ପ୍ରେମର ମୂର୍ଚ୍ଛନାରେ ଆହୁରି ବେଶି ବିଭୋର ହେବାକୁ ଇଚ୍ଛା ହେଉଛି । ଆଜି ସେଇ ଅଧା ଖୋଲା ଝରକାରୁ ଆକାଶର କାନଭାସ୍‌ରେ ଅଧାଅଙ୍କା ଜହ୍ନକୁ ଦେଖୁଥିଲି ।…

ଅଧିକ ପଢ଼ନ୍ତୁ
Odia Poem Samparkara Usmata (ସମ୍ପର୍କର ଉଷ୍ମତା) by Manas Ranjan Nayak

ସମ୍ପର୍କର ଉଷ୍ମତା

ସ୍ପର୍ଶ ବି ସଞ୍ଚରିଯାଏ ବିଶ୍ୱାସଟେ ହୋଇ ପିତାର ପାପୁଲିଟି ତା’ ମସ୍ତକରେ ପାଇ ସବୁ ବିସର୍ଣ୍ଣତା ଯାଏ ନିମିଷେ ମିଳାଇ ଶତ ସିଂହ ବଳ ମିଳେ ପିତା ହେଲେ ଛାଇ । (୧) ଉତ୍ତପ୍ତ ନିଦାଘେ ମିଳେ ଏକ ସ୍ନିଗ୍ଧ ଶୀତଳ ସ୍ପର୍ଶ ମା’ର ପଣତ ସଦା ସ୍ନେହ କରୁଣା ମମତାସିକ୍ତ ଲକ୍ଷ୍ମଣରେଖା ସତେ ମା’ର ସେ ଅଭୟ ବଳୟ ଲହୁ ଲୁହ ଲିଭିଯାଏ ପାଇ ତା’ର ଅମୂଲ୍ୟ ପରଶ । (୨) ହାତ ଗଣ୍ଠିରେ ମନ୍ତର…

ଅଧିକ ପଢ଼ନ୍ତୁ
Odia Poem Sandhya (ସନ୍ଧ୍ୟା) by Saroj Kumar Sahoo

ସନ୍ଧ୍ୟା

ପକ୍ଷୀ ଫେରିଲେଣି ନୀଡ଼କୁ ସରବେ ଅସ୍ତଗାମୀ ସୂର୍ଯ୍ୟ ଦେଖି କମନୀୟ ତା’ର କି ଅପୂର୍ବ ଶୋଭା ଆଖି ଯାଏ ସତେ ଲାଖି । ଗାଇଆଳ ଫେରେ ଗୋଧୂଳି ସଞ୍ଜରେ କଅଁଳା ବାଛୁରୀ ଧରି ଗାଆଁ କୁନିପିଲା ଫେରନ୍ତି ସଙ୍ଗତେ ଖେଳକୁଦ ଶେଷ କରି । ଚଷାପୁଅ ଫେରେ ନିଜ କୁଟୀରକୁ କ୍ଲାନ୍ତି ଉପଶମ ପାଇିଁ ବିଦ୍ୟା ଅଧ୍ୟୟନ କରନ୍ତି ପିଲାଏ ଗୁରୁଜନ ପାଦ ଛୁଇିଁ । ଗାଁ କୋଠଘରେ ଶୁଭେ ସଂକୀର୍ତ୍ତନ ହରିବୋଲ କରତାଳି ଅଜାଆଈ ବସି…

ଅଧିକ ପଢ଼ନ୍ତୁ
Phulakobi-Palanga Besara (ଫୁଲକୋବି-ପାଳଙ୍ଗ ବେସର) recipe

ଫୁଲକୋବି-ପାଳଙ୍ଗ ବେସର

ଓଡ଼ିଆ ରୋଷେଇ ବେସରର ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ଥାଏ । ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ବେସର ତରକାରୀ ଖାଇବାକୁ ପସନ୍ଦ କରିଥାଉ । ସେମିତି ଏକ ସୁଆଦିଆ ତରକାରୀ ହେଉଛି ଫୁଲକୋବି-ପାଳଙ୍ଗ ବେସର । ତେବେ ଆସନ୍ତୁ ଜାଣିବା କେମିତି ଆମେ ସହଜରେ ଆମ ଘରେ ପ୍ରସ୍ତୁତ କରିବା । ଆବଶ୍ୟକ ସାମଗ୍ରୀ ଫୁଲକୋବି: ୪୦୦ ଗ୍ରାମ ଆଳୁ: ୧ଟା ପାଳଙ୍ଗ ଶାଗ: ୧ ବିଡ଼ା ବେସର: ୨/୩ ଚାମଚ ପ୍ରସ୍ତୁତି ପ୍ରଣାଳୀ:…

ଅଧିକ ପଢ଼ନ୍ତୁ
Odia Poem Sri Radha (ଶ୍ରୀ ରାଧା) by Nirupama Hota

ଶ୍ରୀ ରାଧା

ଫେରିବାର ପଥ ଭୁଲିକି ଗଲ ଗୋବିନ୍ଦ ଗୋପର ଗୋପୀ ଗୋପାଳ ଝୁରୁଛି ରାଧିକା ଝୁରୁଛି କଦମ୍ବ ଝୁରୁଛି ଯମୁନା ଜଳ ଯେଣେ ଅନଉଛି ଲଳନା ଦେଖେ କଳା ଶ୍ରୀମୁଖ ଭାବୁକ ଲାଗଇ ତାହାକୁ ଅବନୀ ଆକାଶ ନବ ଦୁର୍ବାଦଳ ନିଷ୍ପ୍ରଭ ଦିଶିଲା ନପାଇ କୃଷ୍ଣ ପରସ ଛନ୍ଦ ହରା ହେଲେ ଗୋପର କାମିନୀ ଦିଗହରା ହେଲା ପିକ ଗୋଧୂଳି ଲଗନେ ନଦିଶେ ପ୍ରେମ ପିୟୁଷ ମେଘର ମାହ୍ଲାରରେ ହଜିଗଲା ପରେ ଚାନ୍ଦ ଶ୍ୟାମ ଘନ ବଂଶୀ ସ୍ଵନ…

ଅଧିକ ପଢ଼ନ୍ତୁ