Odia Poem Tame Au Mun (ତମେ ଆଉ ମୁଁ) by Dhiren Bag

ତମେ ଆଉ ମୁଁ

ଚାଲନା ଆଜି, ସମୟଠୁ କିଛି ସମୟ ମାଗି ଖାଲି ଶାନ୍ତିରେ ଗପିବା ତମେ ଆଉ ମୁଁ ବିଦୀର୍ଣ୍ଣ ଦିଶୁଥିବା ଫଗଣଠୁ କିଛି ଫଗୁ ଆଣି ନିଜ ନିଜ ନିଷ୍ପାପ ହୃଦୟ ଆଉ ମନେ ଗାଢ଼ ରଙ୍ଗରେ ରଙ୍ଗେଇବା ତମେ ଆଉ ମୁଁ ସମ୍ପର୍କର ଅଭେଦ୍ୟ ଦୁର୍ଗକୁ ଶଇତାନୀ ସ୍ୱପ୍ନ ମହଲେ ଆପେକ୍ଷିକ ଧୈର୍ଯ୍ୟର ବନ୍ଧକୁ ଭାଙ୍ଗି ଏକ ବିନ୍ଦୁରୁ ଦିବିନ୍ଦୁ ସାଜି ଏଇ ଦିଗନ୍ତ ବିସ୍ତାରୀ ସୀମାହୀନ ନିଳାଭ ଆକାଶ ବୁକୁରେ ଡେଣା ଝାଡ଼ିଝାଡ଼ି ଉଡ଼ିବା ତମେ…

ଅଧିକ ପଢ଼ନ୍ତୁ
Odia Poem Ganita Darsan (ଗଣିତ ଦର୍ଶନ) by Nirmal Nayak

ଗଣିତ ଦର୍ଶନ

ଅଙ୍କ ଅବଧାନେ, କହନ୍ତି ପିଲାଏ… ପଢ଼ିବକି, ଜୀବନ ପାଠ… ଯୋଗ, ବିଯୋଗର, କାହାଣୀ ଶୁଣାଏ… ଗୁଣିତ, ବିଭକ୍ତର ସାଠ । ପହିଲି ପାଠଟି, ଶୁଣରେ ପିଲାଏ… ଯୋଗର ଗାରିମା କେତେ? ଜୀବନରେ ତା’ର ମହତ୍ୱ ବୁଝାଏ… ଖୁସି ବାଣ୍ଟିବାରେ ଯେତେ । ଦ୍ଵିତୀୟ ପାଠଟି, ବୁଝିଲ ବାଳକେ… ବିଯୋଗର ମୂଲ କେତେ? ଇର୍ଷା, ଦ୍ୱେଷ, ଛନ୍ଦ, କପଟ, ବିଯୋଗେ… ଜୀବନ ସୁନ୍ଦର ସତେ । ତୃତୀୟ ଶିକ୍ଷାଟି, ଜାଣରେ ପିଲାଏ… ଗୁଣିତ ମୂଲ୍ୟର ମୂଲ… ପ୍ରେମ ବିତରଣେ…

ଅଧିକ ପଢ଼ନ୍ତୁ

ଅଭିନେତ୍ରୀ- ଫୁଲ

ଇଶ୍ୱର ସୃଷ୍ଟି କି ବିଚିତ୍ର । କାହାର ପରମାୟୁ ଅଧିକ ତ କାହାର ପରମାୟୁ ଗୋଟିଏ ଦିନର । ସେହି ଗୋଟିଏ ଦିନରେ ଯେ ସେ ତା’ର ପ୍ରୟୋଜନ ସମସ୍ତଙ୍କ ପାଖରେ ହୋଇଥାଏ । “ସେ ହେଉଛି ଫୁଲ” । ତା’ର ସୁବାସ ଚତୁର୍ଦ୍ଦିଗରେ ମହକିତ ହୋଇଥାଏ । ସେ କେତେବେଳେ ଇଶ୍ୱରଙ୍କ ଗଳାର ହାର ତ କେବେ ମଥାରେ ଟାହିଆ ହୋଇ ସଜାଇ ହୁଏ । ପୁଣି ନାରୀର ଗଭାର ଗଜରା, ଗୃହର ସାଜସଜ୍ଜା ଓ…

ଅଧିକ ପଢ଼ନ୍ତୁ
Odia Poem Kehi Jane (କେହିଜଣେ) by Ashish Kumar Gouda

କେହିଜଣେ

ମତେ ଆଉ କେତେ ଅପେକ୍ଷାରେ ରଖିବୁ ଏ ଜହ୍ନରାତି ନଈକୂଳ କୃଷ୍ଣଚୂଡ଼ା ଗଙ୍ଗଶିଉଳି ତୋ ବିନା ସବୁ ଅଲୋଡ଼ା… ପବନର ଆହୁଲା ମାରି ମାରି ଛୁଇଁବାକୁ ହୁଏ ଆକାଶ ଆକାଶ ବୋଲି କ’ଣ ଅଛି ଯେ… କେବଳ ତୋ ହଳେ ଅନ୍ୟମନସ୍କ ଆଖି ଆଉ ଓଠ ଚିପା ହସ… ତୁ ଜାଣିଚୁ ଏ କେହିଜଣେ କିଏ କିଏ ବୋଲି ପ୍ରଶ୍ନ ଉଠେ ମୁଁ ବହୁତ ଡେରିଯାଏଁ ଚାହିଁ ରହେ ସମସ୍ତଙ୍କୁ ଆଉ ଫେରିଯାଏ ଆମ ଗାଁ ନଈପଠା…

ଅଧିକ ପଢ଼ନ୍ତୁ
Odia Poem Kanhua Bina Gopa Shunya (କାହ୍ନୁ ବିନା ଗୋପ ଶୂନ୍ୟ) by Srinibas Samal

କାହ୍ନୁ ବିନା ଗୋପ ଶୂନ୍ୟ

ଅଛି ସେ କଦମ୍ବ ବନ ଶୁଭୁନି ମୁରଲୀ ସ୍ଵନ ନଦୀ ପଠା ଲାଗେ ଖାଲି, ଶ୍ରୀହୀନ ଲାଗେ ମନ ବୃନ୍ଦାବନ କହ୍ନେଇ ନାହିଁତ ବୋଲି । ଲୁଚେଇ କାନ୍ଦେ ରାଧିକା ଚଉଦିଗ ହେଲା ଫିକା ଗହନ ଗୁମର ପ୍ରୀତି ସରଗ ସୁଷମା ହୀନ ତା ଉପମା ସରାଗେ ନଥାଏ ମତି । ପୁରିଛି ଲବଣୀ ହାଣ୍ଡି ଯଶୋଦା ପାରୁନି ଦଣ୍ଡି ବସି ଖୁଆ ବାଡ଼ି ପାଶେ ବାତ୍ସଲ୍ୟ ମମତା ନୟନ ଯୁଗଳୁ ଧାର ଧାର ବୋହି ଆସେ…

ଅଧିକ ପଢ଼ନ୍ତୁ