You are currently viewing ତମେ ଆଉ ମୁଁ
Odia Poem Tame Au Mun (ତମେ ଆଉ ମୁଁ) by Dhiren Bag

ତମେ ଆଉ ମୁଁ

ଚାଲନା ଆଜି,
ସମୟଠୁ କିଛି ସମୟ ମାଗି
ଖାଲି ଶାନ୍ତିରେ ଗପିବା
ତମେ ଆଉ ମୁଁ

ବିଦୀର୍ଣ୍ଣ ଦିଶୁଥିବା ଫଗଣଠୁ
କିଛି ଫଗୁ ଆଣି ନିଜ ନିଜ
ନିଷ୍ପାପ ହୃଦୟ ଆଉ ମନେ
ଗାଢ଼ ରଙ୍ଗରେ ରଙ୍ଗେଇବା
ତମେ ଆଉ ମୁଁ

ସମ୍ପର୍କର ଅଭେଦ୍ୟ ଦୁର୍ଗକୁ
ଶଇତାନୀ ସ୍ୱପ୍ନ ମହଲେ
ଆପେକ୍ଷିକ ଧୈର୍ଯ୍ୟର ବନ୍ଧକୁ ଭାଙ୍ଗି
ଏକ ବିନ୍ଦୁରୁ ଦିବିନ୍ଦୁ ସାଜି
ଏଇ ଦିଗନ୍ତ ବିସ୍ତାରୀ ସୀମାହୀନ
ନିଳାଭ ଆକାଶ ବୁକୁରେ
ଡେଣା ଝାଡ଼ିଝାଡ଼ି ଉଡ଼ିବା
ତମେ ଆଉ ମୁଁ

ଯୋଉଠି,
ନଥିବ ଗାଢ଼ ରଙ୍ଗ ବୋଳା ମୁହଁ
ଖୋଳପାର ଶଇତାନୀ ଚେହେରା
ଅବା ଘନ କୁହୁଡ଼ିର ଅନ୍ଧାର
ଥିବ ଖାଲି ତୁମେ ଆଉ ମୁଁ ।

– ଧିରେନ୍ ବାଗ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଧୀରେନ ବାଗ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।