You are currently viewing ଗଣିତ ଦର୍ଶନ
Odia Poem Ganita Darsan (ଗଣିତ ଦର୍ଶନ) by Nirmal Nayak

ଗଣିତ ଦର୍ଶନ

ଅଙ୍କ ଅବଧାନେ, କହନ୍ତି ପିଲାଏ…
ପଢ଼ିବକି, ଜୀବନ ପାଠ…
ଯୋଗ, ବିଯୋଗର, କାହାଣୀ ଶୁଣାଏ…
ଗୁଣିତ, ବିଭକ୍ତର ସାଠ ।

ପହିଲି ପାଠଟି, ଶୁଣରେ ପିଲାଏ…
ଯୋଗର ଗାରିମା କେତେ?
ଜୀବନରେ ତା’ର ମହତ୍ୱ ବୁଝାଏ…
ଖୁସି ବାଣ୍ଟିବାରେ ଯେତେ ।

ଦ୍ଵିତୀୟ ପାଠଟି, ବୁଝିଲ ବାଳକେ…
ବିଯୋଗର ମୂଲ କେତେ?
ଇର୍ଷା, ଦ୍ୱେଷ, ଛନ୍ଦ, କପଟ, ବିଯୋଗେ…
ଜୀବନ ସୁନ୍ଦର ସତେ ।

ତୃତୀୟ ଶିକ୍ଷାଟି, ଜାଣରେ ପିଲାଏ…
ଗୁଣିତ ମୂଲ୍ୟର ମୂଲ…
ପ୍ରେମ ବିତରଣେ ସୁନ୍ଦର ଧରା ଏ…
କିଏ ହେବ ସମତୁଲ ।

ଚତୁର୍ଥ ପାଠଟି, ଶୁଣାଏ ଚାଟରେ…
ବିଭକ୍ତର, ଗୁରୁ ମନ୍ତ୍ର…
କର୍ତ୍ତବ୍ୟ ଓ ସେବା ଭାଗ କରିବାରେ…
ବ୍ୟାପେ ଯଶ, ଖ୍ୟାତି ସର୍ବତ୍ର ।

ଜୀବନ ଅଙ୍କର ଗାରିମା ବୁଝିଲ…
ମନ ଦେଇ ମୋର ଚାଟ…
ଏ ପାଠ ପଢ଼ିଲେ ଦୁନିଆ ଜିତିବ…
ନିଶ୍ଚେ ମିଳିବ ସତ୍ୟର ବାଟ ।

ଅବଧାନେ କହୁଥିଲେ, ସର୍ବଦା…
ଏହି କଥା ହେଯିବୁ ସଦା…
ହର, ଗୁଣ, ଫେଡ଼େ, ମିଶା…
ଆଉ ସବୁ ପାଠ, ଚାଳରେ ଖୋସା ।

ଅବଧାନେଙ୍କର ଗଣିତ ସାଧନା…
ମନେ ରଖିଥିବୁ ସର୍ବେ…
ଜୀବନ ଗଢ଼ିବୁ, ସୁନ୍ଦର, ସରସ
ପାରିହେବୁ ମହା ଭବେ ।

– ନିର୍ମଳ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନିର୍ମଳ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।