You are currently viewing ସ୍ୱପ୍ନ
Swapna (ସ୍ୱପ୍ନ) Odia Poem by Sanatan Das

ସ୍ୱପ୍ନ

ଏଇ ଯେ କାଲି ରାତିରେ
ତୁମେ ଆସିଥିଲ,
କେଉଁ ଏକ ନିର୍ଜନ ପ୍ରହରେ ।

ଭାଙ୍ଗି ଦେଇ ନିଦ ମୋର ଚାଲିଗଲ
ନିଦ ସବୁ ନେଇ ମୋ ଆଖିରୁ,
ତୁମ ପଣତ କାନିରେ
ସରାଗେ ସାଇତି କରି ।

ସେଇଦିନ ଠାରୁ
ନିଦ ଆସୁନି
ସାଥୀ ହୋଇ ମୋର ।
ବିନିଦ୍ର ରଜନୀରେ ଛଟପଟ ହେଉଛି,
ତୁମର ଟିକେ ଝଲକ ଦେଖିବାକୁ ।

ଫେରିଆସନା !! ମୋ ନିଦକୁ ଦିଅ ଫେରାଇ,
ପୁଣି ଥରେ ମୁଁ ଦେଖିବି ସ୍ଵପ୍ନ ।
ଆଉ ଅପେକ୍ଷା କରିବି ତୁମ ଆଗମନକୁ ।

– ସନାତନ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସନାତନ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକରେ ପ୍ରକାଶ ପାଇଛି ।