You are currently viewing ସମ୍ପର୍କ
Samparka (ସମ୍ପର୍କ) Odia Poem by Ashrit Mohapatra

ସମ୍ପର୍କ

ସମ୍ପର୍କଟା ଏକ ନିଆରା ଦୁନିଆ
ସର୍ବବ୍ୟାପୀ ତା’ର ଭୂମିକା ।
ଭଲ ପାଇବାର ଚଲାସାଥି ସିଏ
କେବେ ଆସେ ଦିଏ ଧୋକା ॥

ବିଶ୍ୱାସକୁ ଡାକେ ନୂଆ ପରିଚୟେ
ବନ୍ଧନକୁ ନିଏ କିଣି ।
ଏସାରା ଜଗତେ ବନ୍ଧୁତ୍ୱରେ ଆସି
କରିଥାଏ ସର୍ବ ଋଣି ॥

ମାନ ଅଭିମାନ, ରାଗରୁଷା ରଖେ
ହସ-କାନ୍ଦ ମିଶ୍ରଣରେ ।
କେବେ କେବେ ଆଣେ ପ୍ରତିଶୋଧ ଛିଟା
ଅଚିହ୍ନା ଓ ଅଜଣାରେ ॥

ସମ୍ପର୍କଟା ଏକ ରଙ୍ଗୀନ ପ୍ରଜାପତି
ସହସ୍ର ତାହାରି ରୁପ ।
ପ୍ରେମ ଫଗୁଣ ରେ ପ୍ରେମୀଯୁଗଳଙ୍କ
ଲେଖିଥାଏ ପ୍ରେମ ଗଳ୍ପ ॥

ସନ୍ଦେହର ସିଏ ପ୍ରଧାନ ବିପକ୍ଷ
ଫୁଲର ସେ ମଧୁଛନ୍ଦା ।
ଭବିଷ୍ୟତ ପାଇଁ ଜନ୍ମାନ୍ତର ସାଥି
ପ୍ରୀତିର ରଜନୀ ଗନ୍ଧା ॥

– ଆଶ୍ରିତ୍ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶ୍ରିତ ମହାପାତ୍ର ଜଣେ ଓଡ଼ିଆ କଥାକାର ତଥା କବି । ଶୁଭପଲ୍ଲବରେ ତାଙ୍କ ରଚିତ ଅନେକ କବିତା ପ୍ରକଶ ପାଇଛି ।