You are currently viewing ସର୍ବନାରୀ
ସର୍ବନାରୀ

ସର୍ବନାରୀ

ବହୁ ଯୁଗ ଧରି, ହୋଇଥିଲା ନାରୀ
କେବଳ ଜନୟିତ୍ରୀ

ଏବେ ତ ହେଲାଣି, ଦେଖୁଛୁଁ ସଭିଏଁ
ଛାତ୍ରୀ, ଧାତ୍ରୀ, ନେତ୍ରୀ
କର୍ତ୍ରୀ, ବିଦ୍ୟାଦାତ୍ରୀ

ତେବେ ବି ତା’ ସହ କରୁନାହିଁ କେହି ମୈତ୍ରୀ
ଦେଖୁଛି ମୂକ ଧରିତ୍ରୀ
ଆଉ କେତେ ଯୁଗ ପ୍ରଲେପ ବୋଳି
ହେଉଥିବ ଅଭିନେତ୍ରୀ?

ଆଉ କେବେ ହେବ
ଅଜଣା ଶୈଳ ଶିଖର ଆଡ଼କୁ
ଏକାକିନୀ ଆଉ ସାହସିନୀ ଅଭିଯାତ୍ରୀ?

‘ନାରୀ’ରୁ ଆ-କାର, ଈ-କାର ଛିଂଡାଇ
କରିହୁଏ ପରା ‘ନର’
ଏହି ସତ୍ୟକୁ କେବେ କରିବା ସ୍ୱୀକାର ?

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।