You are currently viewing ରାକ୍ଷୀ
ରାକ୍ଷୀ

ରାକ୍ଷୀ

ବରଷକେ ଥରେ ଆସିଛି ଏହି ଗୋଟିଏ ଦିନ
ଭାଇ ଭଉଣୀଙ୍କ ସମ୍ପର୍କରେ ଗଢ଼ା
ଏହି ରକ୍ଷା ବନ୍ଧନ

ମନରେ ନରୁହେ ମାନ ଅଭିମାନ
ସୂତା ଖିଅ ଯୋଡ଼ିଦିଏ ଭାଇ ଭଉଣୀଙ୍କ ମନ

ଭାଇ ଭଉଣୀ ସମ୍ପର୍କ ଏକ ଅତୁଟ ଭାବ ବନ୍ଧନ
ସଦା ମାନସିକ ରଖିଥାଏ ଭଉଣୀ
ଭାଇର ଦୀର୍ଘାୟୁ ଜୀବନ

ମସ୍ତକେ ଲଗାଇ ଚନ୍ଦନ ସିନ୍ଦୁର
ଦେଇ ଦୀପ ଧୂପ ଆଳତି
ଭଉଣୀ କାମନା କରୁଛି ପ୍ରଭୁ ହେ
ଭାଇ ଙ୍କ ଜୀବନେ କେବେ ନଆସୁ ବିପତ୍ତି

ଭଉଣୀ ଯେ ବାନ୍ଧେ ଭାଇ ହାତେ ରାକ୍ଷୀ
ଏଇ ସମ୍ପର୍କର ସାକ୍ଷୀ ଏକା ସେହି ରାକ୍ଷୀ

ବାପାମାଆଙ୍କ ମନରେ ଭରିଯାଏ ଖୁସି ର ଲହରୀ
କି ସୁନ୍ଦର ଆମ ପରମ୍ପରା ଭାଇଭଉଣୀଙ୍କ ରକ୍ଷା କବଚର ଡୋରୀ

“ଭାଇ ତତେ ମୋର ରହିଲା ରାଣ
କହିବୁନି କଥା ପଦିଏ ଟାଣ”

ଆସୁ ପଛେ କେତେ ଝଡ଼ ତୋଫାନ
ତୋବିନା ଅଧା ଏଇମୋ ଜୀବନ

ଲୋଡ଼ାନାହିଁ ମତେ
ହୀରା ନୀଳା ମୋତି ମାଣିକ
ବିପଦ ପଡ଼ିଲେ ଉଦ୍ଧାର କରିବି
ଭାଇ ତୋ’ର ମୁହିଁ
ହେବି ତୋ’ ରକ୍ଷକ

ସବୁବେଳେ ତୁ ଖୁସିରେ ରହ
ଏତିକି କାମନା କରୁଛି
ସେନେହର ଭଉଣୀ ମୋହର
ସବୁ ସମୟରେ ଥିବି ତୋ ସାଥେ ଏତିକି ଶପଥ କରୁଛି ।

– ଦୀପକ କୁମାର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦୀପକ କୁମାର ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।