You are currently viewing ତୁ ଗଲା ପରେ
ତୁ ଗଲା ପରେ

ତୁ ଗଲା ପରେ

ତୁ ଗଲା ପରେ…
ମୁଁ କାନ୍ଦେ
ଶୂନଶାନ୍ ରାତ୍ରିରେ
ସମସ୍ତେ ଶୋଇଗଲା ପରେ ।

ତୁ ଗଲା ପରେ…
ମୁଁ ଜଳେ
ମୋ ଅନ୍ତର ଭିତରେ
ତୋ ଅଭୁଲା ସ୍ମୃତିରେ ।

ତୁ ଗଲା ପରେ…
ତତେ ପାଏ
ମୋ ମନର କୋହରେ
ଆଉ ଆଖିର ଲୁହରେ ।

– ସନ୍ତୋଷ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସନ୍ତୋଷ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।