You are currently viewing ପ୍ରକୃତିର ଡାକ
Odia Poem Prakrutira Daka (ପ୍ରକୃତିର ଡାକ) by Prabhat Mishra

ପ୍ରକୃତିର ଡାକ

ବିକାଶ ପଥରେ ଆଗେଇ ଚାଲିଛି
ଆଜି ତ ଜଗତ ଯାକ,
ବିକାଶ ସ୍ରୋତରେ ଶୁଣି ପାରୁନାହୁଁ
ଆମେ ତ ପ୍ରକୃତି ଡାକ ।

ଗଛ ସବୁ କାଟି ପଦା କରୁଅଛୁ
ଆମେ ତ ଜଙ୍ଗଲ ତକ,
ବିକାଶ ନାମରେ ଆହ୍ୱାନ କରୁଛୁ
ଅକାଳ ବିପତ୍ତି ଯାକ ।

ଜଙ୍ଗଲ ଭୂଇଁକୁ ପଦା କରି ଆଜି
ଅରଜୁଛି ଶିଳ୍ପ ତକ,
ସେହି ଯୋଗୁଁ ଗଜ ମାଡ଼ି ଖାଇଯାଏ
ଚାଷୀର ଫସଲ ଯାକ ।

ଅଳିଆ ବିଷରେ ପ୍ରଦୂଷିତ ଆଜି
ନଦୀ ନାଳ ଜଳ ତକ,
ସେହି ବିଷ ଜଳ କବଳରେ ଆଜି
କବଳିତ ସାରା ଦେଶ ।

ଶ୍ରେଷ୍ଠ ସହର ନାମରେ ଭୂଷିତ
ସେହି ସହର ଯାକ
ପ୍ରକୃତି ପବନ କିଣି ମୁହେଁ ବାନ୍ଧୁ
ଏହା କି ବିକାଶ ରୂପ?

ପ୍ରକୃତିର ଡାକ ନ ଶୁଣିବା ଯଦି
ଶୁଣ ହେ ଜଗତ ଯାକ,
ବିଭୀଷିକା ପରେ ବିଭୀଷିକା ଦେଖି
ଥରିବ ଭୂବନ ତକ ।

ଶ୍ରେଷ୍ଠ ଜନମ ମହତକୁ ବୁଝି
ଉଠହେ ଜଗତ ଯାକ,
ବଧିର ନହୋଇ ଶୁଣ କାନ ଡେରି
ପ୍ରକୃତିର ସେହି ଡାକ ।

– ପ୍ରଭାତ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଭାତ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।