You are currently viewing ଫେରି ଆସ ରାଜକୁମାର
Odia Poem Pheri Asa He Rajakumara (ଫେରି ଆସ ରାଜକୁମାର) by Chikun Panda

ଫେରି ଆସ ରାଜକୁମାର

ବାପା କହିଛନ୍ତି ଦୂର ରାଇଜୁ
ଖୋଜି ଆଣି ଦେବେ ରାଜକୁମାର,
ପାଖେଇ ଆସିଲାଣି ବିବାହ ବୟସ
ମନ ହୁଏ ଭାରି ଛନ ଛନ,
ପାଦରୁ ଝୁଣ୍ଟିଆ ହଜିଯାଏ ମୋର
ମନେ ରହୁନାହିଁ ହେଜ ।

ରାଜ ନଅରର ରାଜ କଣ୍ଢେଇ ମୁଁ
ସଭିଏଁ ଡାକନ୍ତି ଫୁଲେଇ,
ଯୋଉ ଦିନୁ ତୁମକୁ ଦେଖିଲି
ମନେ ବାଜେ ସହାନାଇ ।

ଫେରି ଆସ ରାଜକୁମାର
କାହିଁ ମନେ ମାର ଅପଶୋରା,
ଫୁଲଠୁ ଭ୍ରମର ଅଲଗା ହୋଇ
ରହି ପାରେ କି ବେଶୀ ଦିନ?
ତୁମ କଥା ମନେ ପଡ଼ିଗଲେ
ଆଖି ମୋର ହେଇଯାଏ ଓଦା ଓଦା ।

ଫେରି ଆସ ରାଜକୁମାର
ନେଇ ଯାଅ ମୋ’ଠୁ, ମତେ ଚୋରି କରି ।
ମୋ’ଠୁ ପାଇବ ଅନେକ ସୁନ୍ଦରୀ
ମିଳିଯିବ ଲକ୍ଷେ ହୀରା,
ହେଲେ ମିଳିବନି ମୋ ପରି ଅସଲି ସୁନା ।

ଆଉ କେତେ ଦିନ ପ୍ରତୀକ୍ଷା କରିବି
ଆଖିରେ ପଡ଼ୁନି ପଲକ,
ଅଳସୀ ଆଖି ମୋର ଥକି ପଡ଼େ ଆଜି
ତୁମ ବାଟ ଚାହିଁ ଚାହିଁ ।

ଅନେକ ରାଜକୁମାରଙ୍କ ଲମ୍ବା ଧାଡ଼ି ଛୁଟେ
କରିବା ପାଇଁ ମତେ ରାଜରାଣୀ,
ହେଲେ ମୁଁ ତ ତୁମ ପ୍ରେମେ ବନ୍ଦୀ
କେମିତି ସାଜିବି ଆଉ କାହା ପାଟରାଣୀ?

ଫେରି ଆସ ରାଜକୁମାର
ବୋଳିଦିଅ ମୋ ଦେହ ମନେ
ତୁମ ଭଲ ପାଇବାର ରଙ୍ଗ ।
ଘୋଡ଼ା ଚଢ଼ି ଆସ
ତୁମ ସଙ୍ଗେ ନେଇଯାଅ ମୋତେ
ରାଜ ନଅରେ ତୁମର,
ଫେରି ଆସ ହେ ରାଜକୁମାର ।

– ଚିକୁନ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିକୁନ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।