You are currently viewing ନାରୀଶିକ୍ଷା
Odia Poem Narisiksha (ନାରୀଶିକ୍ଷା) by Krushnendu Hota

ନାରୀଶିକ୍ଷା

ସ୍ରଷ୍ଟାଙ୍କ ସୃଷ୍ଟିରେ ପ୍ରାଣୀଙ୍କ ମଧ୍ୟରେ
ସୁନ୍ଦର ରଚନା ନାରୀ,
ଝିଅଜନ୍ମ ନୁହେଁ ଚୁଲିର ମୁଣ୍ଡକୁ
ଶିକ୍ଷାର ସେ ଅଧିକାରୀ ।

ନାରୀଟି ସମାଜେ ଶିକ୍ଷିତ ହୋଇଲେ
ସମାଜ ହୁଏ ଶିକ୍ଷିତ,
ଶିଶୁଟିର ପୁଣି ବିକାଶ ପଛରେ
ନାରୀଟିର ଥାଏ ହାତ ।

ଉଚ୍ଚାସନେ ସଦା ରହିଥିବ ନାରୀ
ଶିକ୍ଷା ହିଁ ତା’ ଆଭୂଷଣ,
ଶିକ୍ଷା ବଳେ ସିନା ନାରୀଟି ଲଢ଼ିବ
ରୋକିବ ନାରୀ ଶୋଷଣ ।

ପାଠ ପଢ଼ିଦେଲେ ଶିକ୍ଷା କୁହନ୍ତିନି
ସେହି ନାରୀ ହିଁ ଶିକ୍ଷିତ,
କଥା ବ୍ୟବହାରେ ଚାଲିଚଳନରେ
କରେ ସଭିଙ୍କୁ ମୋହିତ ।

ଜୀବନରେ ଶିକ୍ଷା ଅତି ଆବଶ୍ୟକ
ଯେପରି ଦେହେ ନିଃଶ୍ୱାସ,
ଶିକ୍ଷାହୀନ ନାରୀ ବୁଝିପାରେ ନାହିଁ
ରହିଯାଏ ଅବଶୋସ ।

ଆସରେ ଭଉଣୀ ଆସ ମାଆମାନେ
ନେବାରେ ଏଠି ଶପଥ,
ଶିକ୍ଷାକୁ ଆଦରି ଆଗେଇ ବଢ଼ିବା
ହୋଇବା ଆମେ ଶିକ୍ଷିତ ।

– କୃଷ୍ଣେନ୍ଦୁ ହୋତା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୃଷ୍ଣେନ୍ଦୁ ହୋତା ବଲାଙ୍ଗୀର ଜିଲ୍ଲାର ସରଗଡ଼ା ଅଞ୍ଚଳର ବାସିନ୍ଦା, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।