You are currently viewing ବିଚାରୀ
ବିଚାରୀ

ବିଚାରୀ

ଗତିଶୀଳ ସମୟର ସାମ୍ନା କରିବା ଯେ କେତେ କଷ୍ଟ, ତାହା ହିଁ ସେଇ କହିପାରିବ । ଅଧା ଖରା ଅଧା ଛାଇ ବଗିଚାର ଫୁଲ ଉପରେ ପଡ଼ିଥାଏ, ବସନ୍ତର ମୃଦୁ ମଳୟ ମନକୁ ଆହ୍ଲାଦିତ କରୁଥାଏ, ଆଉ ଆଖିରେ ଭରି ଦିଏ ଆଖିଏ ସ୍ୱପ୍ନ… ହଠାତ୍ ଫୋନ୍ ଆସିଲା ଧାଇଁଯାଇ ଫୋନ୍ ରିସିଭ୍ କରିବା ଆଗରୁ କଟି ଯାଇଥିଲା, କାହିଁକି କେଜାଣି ମନକୁ ଦୁଃଖ କରି ନୀରବରେ ବସିପଡ଼ିଲା, କିଛିବି ବୁଝି ହେଲାନି କି ତାକୁ ପଚାରିବାରେ ସାହାସ ହେଲାନି ମୋର… ଜାଣେନି

ସେଦିନ ଥାଏ ରବିବାର ! ସକାଳୁ ସକାଳୁ ଗାଧେଇ ପାଧୋଇ ନିଜକୁ ସଜେଇ ନେଲା, ଆଉ କଲେଜ୍ ବ୍ୟାଗଟାକୁ ଧରି ଘରୁ ବାହାରକୁ ଯିବା ପୂର୍ବରୁ…

– ଆଜି ମୋର ଟିଓସନ୍ ସରିବାକୁ ଡେରିହେବ ଘରେ ପହଞ୍ଚିବାକୁ ଲେଟ୍ ହୋଇପାରେ ବାପା ।
– ହଉ ଯା…
– କିଛି ଟଙ୍କା ଦରକାର ଥିଲା ଟିଓସନ୍ ସାରଙ୍କୁ ଦେବାକୁ ହେବ
– ଟେବୁଲ୍ ପାଖରେ ଅଛି ନେଇଯା
– ଆଜ୍ଞା ବାପା
– ଶୀଘ୍ର ଆସିବାକୁ ଚେଷ୍ଟା କରିବୁ
– ଆଜ୍ଞା ବାପା

ସ୍କୁଟିକୁ ଷ୍ଟାଟ୍ କରି ନିମିଶକରେ ମିଳାଇ ଗଲା ଆଖି ଆଗରୁ ଗାଡ଼ିର ଧୂଆଁ ମିଳାଉ ମିଳାଉ, ଶୂନ୍ୟ ବାୟୁମଣ୍ଡଳରେ । କିଛି ସମୟ ପରେ…

କବାଟ ଠକ୍ ଠକ୍ ହେଲା… କେହି ଜଣେ ଚିହ୍ନା ଲୋକ ଘର ଭିତରକୁ ପଶିଆସିଲେ ଆଉ ବାପାଙ୍କ ସହ ଗୋପନରେ କିଛି କଥା ହେଲେ ଆଉ ଚାଲିଗଲେ । ବାପା ତାଙ୍କ କଥାରେ ହସୁନଥିଲେ କି କାନ୍ଦୁନଥିଲେ… ଦେହସାରା ଗମ୍ ଗମ୍ ଝାଳ, ଠିଆ ହୋଇଥିବା ଜାଗାରେ ବସି ପଡ଼ିଲେ… ଆଉ ତା’ପରେ…

ପ୍ରାୟତଃ ଓଡ଼ିଶାରେ ସବୁ ଟିଭି ଆଉ ଖବରକାଗଜରେ ଖବର ବାହିରି ଗଲା । ଡାକ୍ତରଖାନା ବେଡ୍ ପାଖରେ ପୋଲିସଠାରୁ ଆରମ୍ଭ କରି ସବୁ ସାମ୍ୱାଦିକମାନେ ଭିଡ଼ ଜମେଇ ଥାଆନ୍ତି । ସତେ ଯେମିତି ଗୋଟିଏ ମୂର୍ଦ୍ଦାର ପାଖକୁ କୁଆ, ଚିଲ, ଶାଗୁଣା, କୁକୁର, ବିଲୁଆ ସବୁ ଘେରିହୋଇ ରହିଛନ୍ତି । ନର୍ସ ଆସି ବାରମ୍ୱାର କହୁଥାଏ ପେସେଣ୍ଟକୁ ବ୍ଲଡ୍ ଦରକାର, ପେସେଣ୍ଟର ଅବସ୍ତା ବହୁତ ଗୁରୁତର । ମିଡିଆବାଲା, ସାଧାରଣ ଜନତା, ଥାନାବାଲା, ଓକିଲ ଆଉ ସମ୍ପର୍କୀୟ ବେସ୍ କିଛି ଦିନ ବଳ କଷା କଷି କରି ଚାଲିଗଲା ପରେ ଥମିଗଲା ଝଡ଼ ତୋଫାନ୍ । ତା’ପରେ ସବୁ ଶାନ୍ତ ଆଉ ର୍ନିମଳ ।

ଟିଭିବାଲା ତ ଦୂରର କଥା ଛୋଟ ମୋଟ ଖବର କାଗଜବାଲା ବି ପଚାରିଲେନି । ଗାଁ କୁଜି ନେତାଏ କହୁଛନ୍ତି, “ମୁଁ ସବୁକିଛି ସମ୍ୱାଳି ନେବି !” ଦୋଷୀ ନିଶ୍ଚୟ ଦଣ୍ଡ ପାଇବ । ବିଚାରି… ମନୀଷା କାନ୍ଦୁଛି ।

– ରାଜେଶ କୁମାର ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜେଶ କୁମାର ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।