You are currently viewing ଅଭୁଲା ଅମର ଗୀତି
Odia Poem Abhula Amar Giri (ଅଭୁଲା ଅମର ଗୀତି) by Subham Kumar Sahoo

ଅଭୁଲା ଅମର ଗୀତି

ରଖିଛି ସାଇତି ତମର ସେଇ
ଅଭୁଲା ଅମର ଗୀତି
ଭୁଲିଯାଇନାହିଁ ତମ ସାଥେ ଥିବା
ଭିଜା ଭିଜା ସେଇ ସ୍ମୃତି ॥

ପଢ଼ୁଛି ଆଜିବି ଲୁଚେଇ ମୁହିଁ
ତୁମ ହାତ ଲେଖା ଚିଠି
ଚିରି ଦେଇନାହିଁ ଚିଠିକୁ ତୁମର
ରଖିଛି ପାଖେ ସାଇତି ॥

ସାଥେ ବିତିଥିବା ସବୁ ଅତୀତକୁ
ରଖିଛି ମନେ ସାଇତି
ମନକୁ ମୋହର ଦେଇନି କାହାକୁ
ରଖିଛି ତମକୁ ସେଇଠି ॥

ଭୁଲିବନି ପ୍ରିୟେ କେବେ ଗୋ ମୋତେ
ତମେ ହିଁ ମୋର ସ୍ମୃତି
ସ୍ମୃତିକୁ ଆମର ସାଥେ ଘେନି ମୁହିଁ
ଝୁରି ମରେ ଦିନରାତି ॥

ପ୍ରିୟେ ଗୋ ଆଜିବି ସାଇତି ରଖିଛି
ମୋ ମନରେ ସବୁ ଗୀତି
ଥରୁଟିଏ ଆସି ପଢ଼ିଦେଇଯାଅ
ଫିକା ଲାଗେ ମଧୁରାତି ॥

– ଶୁଭମ୍ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭମ୍ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।