Odia Poem Asa Sathi (ଆସ ସାଥୀ) by Krishna Mishra

ଆସ ସାଥୀ !

ଆସ ସାଥୀ ! ଦୁଆର ଯେ ଖୋଲା, ପ୍ରବେଶ କର… ନା’ ନା’… ଟିକିଏ ଅପେକ୍ଷା କର ! ଏରୁଣ୍ଡିର ପାପୋଛରେ, ସ୍ୱୟଂର ଅହଂକୁ ଝାଡ଼ି ଦେବ ! ଛାତରେ ଲୋଟିଛି ମାଳତୀ ଲତା, କ୍ରୋଧର ପସରା ସେଇଠି ଅଜାଡ଼ି ଦେବ ! ମନର ଭଗ୍ନାଂଶ କୁ ରଖି ଦେବ, ଚଉରା ମୂଳରେ… ଜୀବନର ବ୍ୟସ୍ତତାକୁ ଓହଳେଇ ଦେବ ପାଚେରୀ ଖୁଣ୍ଟରେ… ଶୁଭୁଛି ଶିଶୁଙ୍କ କୋଳାହଳ, ସେଥିରୁ, ଦୁଷ୍ଟାମୀ ଟିକିଏ ମାଗି ଆଣିବ… ଉପବନେ ଫୁଲର ରଙ୍ଗୀନ…

ଅଧିକ ପଢ଼ନ୍ତୁ
Odia Poem Awastire Asa Nuabarsa (ଆଶ୍ୱସ୍ତିରେ ଆସ ନୂଆବର୍ଷ) by Anasuya Panda

ଆଶ୍ୱସ୍ତିରେ ଆସ ନୂଆବର୍ଷ

ନୂଆବର୍ଷ ତୁ ତ ଆସିବୁ ଗୋଟେ ଖସଡ଼ାରେ କିଏ କ’ଣ ମନା କଲେ ତୁ ଅଟକିଯିବୁ ମହାମାରୀର ଦୌରାତ୍ମ୍ୟରେ ମଣିଷର ନନ୍ଦନ କାନନରେ । ତୁ ଆସିବୁ, ଡରିବୁନି, ଏଠି ସମସ୍ତଙ୍କୁ ଭେଟିବୁ କିଏ କୁଡ଼ିଆରେ ତ, କିଏ ପଞ୍ଜୁରୀରେ କିଏ ପିଞ୍ଜରାରେ ବାଘ, ଗାଈ ବିଶ୍ୱାସ କି ଦୟା ଏଠି ଆଉ ନାହିଁ ଏବେ ଏଠି ବଗ ମାଛ ଖେଳ । ଅନେକ କଣ୍ଟାର ସ୍ତୂପ, ଅବିଶ୍ୱାସର କଙ୍କାଳରେ ଅନେକ କୋକିଶିଆଳି ବନ୍ଧୁତ୍ୱର ହାତ ମିଳାନ୍ତି…

ଅଧିକ ପଢ଼ନ୍ତୁ
Odia Poem Atita (ଅତୀତ) by Susmita Bavi

ଅତୀତ

ଅତୀତ ମୋର ଯାଇଛି ହଜି ସ୍ମୃତି କିଛି ରହିଛି ବାକି ଯେତେ ଖୋଜିଲେ ବି ଆଉ ଫେରିବନି ଖାଲି ଲୁହରେ ଭିଜିବ ଆଖି ॥ ସ୍ନେହ ଶ୍ରଦ୍ଧା କାଣିଚାଏ ପାଇଁ ବଞ୍ଚିବାର ସ୍ୱପ୍ନ ଦେଖେ ବିତି ଯାଇଥିବା ଦିନଗୁଡ଼ିକୁ ସ୍ମୃତିରେ ସାଇତି ରଖେ ॥ ଆଉ କି ପାଇବି ଫେରି ପିଲାଦିନ ସାଙ୍ଗ ସାଥି ବାଲି ଘର ଯେତେ ଖୋଜିଲେ ବି ପାଇବିନି ଆଉ ଭାଇ ଭଉଣୀଙ୍କ ଖେଳ ॥ କର୍ମ ଜଞ୍ଜାଳରେ ସମସ୍ତେ ବନ୍ଧା ସମୟ…

ଅଧିକ ପଢ଼ନ୍ତୁ
Odia Story Jama Budha (ଯମ ବୁଢ଼ା) by Himanshu Bhusan Sahoo

ଯମ ବୁଢ଼ା

ଏକ କୋଳାହଳ ଶୀତଳ ସନ୍ଧ୍ୟାରେ ଆମେ ଭେଟିଥିଲୁ ତାକୁ । ଗଉଡ଼ ଘର ଦାଣ୍ଡ ପିଣ୍ଡାରେ ଓହଳା ଯାଇଥିବା ଦଦରା ବାଉଁଶ ଓଦର ପାଖ ଦୁଇଚାରି ଘଷିବସ୍ତା ପାଖରେ । ମଙ୍ଗଳା ମଣ୍ଡପର ରୁଗ୍ଣ ଠେକା ଭିଡ଼ା ଭଳି ଛାତ ତଳୁ ପିଣ୍ଡାର ଦୂରତା ମାତ୍ର ପଚାଶ ହାତ ସରିକି । ଫିକା ଜହ୍ନ ଆଲୁଅ କିମ୍ବା ବାରିକ ଘର ଡିବିରି ଆଲୁଅର ଛିଟାରେ ସେ ଦେଖାଯାଉଥାଏ ଗୋଟିଏ ବଣଭାଲୁ ଭଳି । ଭୟାନକ, ଦୁର୍ଦ୍ଦଶ ଏବଂ…

ଅଧିକ ପଢ଼ନ୍ତୁ
Odia Poem Sahid Matira Gaan (ସହିଦ ମାଟିର ଗାଁ') by Mrutyunjay Gopal Lal

ସହିଦ ମାଟିର ଗାଁ’

ମରାଳ ମାଳିନୀ ନୀଳାମ୍ବୁ ତଟରେ ଶୋଭାପାଏ ମୋ ଗାଆଁ, ମୋ ଗାଆଁରେ ବିଜେ ରାଧାମୋହନ ଜୀଉ ଛେଡ଼ାପଦର ତା’ ନାଆଁ । ଗାଆଁଟି ମୋର ଅତି ସୁନ୍ଦର ଏ ଧରାଧାମ ତଳେ, କେତେ ବୀର ସୈନିକ ଜନ୍ମ ନେଇଥିଲେ ମୋ ଗାଆଁ ପ୍ରକୃତି କୋଳେ । ମୋ ଗାଆଁରେ ଲୁଚିଛି କେତେ ଯେ କାହାଣୀ କେତେ ବୀରତ୍ୱର ଗାଥା, ମନେ ପଡ଼ିଗଲେ ଗର୍ବଗୌରବେ ଟେକିହୋଇଯାଏ ମଥା । ଗାଆଁରେ ଥିଲେ ବୀର ଯବାନ ମୋ ପ୍ରିୟ ଦୁଷ୍ମନ୍ତ…

ଅଧିକ ପଢ଼ନ୍ତୁ