You are currently viewing ନିଃଶବ୍ଦାତାର ନାୟିକା
Odia Poem Nishabdatara Nayika (ନିଃଶବ୍ଦାତାର ନାୟିକା) by Nalinikanta Dash

ନିଃଶବ୍ଦାତାର ନାୟିକା

ତମେ ନିଃଶବ୍ଦ
ପଟ୍ଟଚିତ୍ରର ନାୟିକା,
ଶାନ୍ତ ସମୁଜ୍ଵଳ ତୁମ
ଉପସ୍ଥିତି
ରୋମାଞ୍ଚିତ କରିଥାଏ
ପରିବେଶକୁ ।

ଖୁବ ନିଖୁଣ ତୁମେ
ଅଭିନୟରେ…
ନିଜ ମନର କଥା
ପ୍ରକାଶ କରିବା
ବେଶ୍ ଜଣା ତୁମକୁ ।

ଓଠର ଚଞ୍ଚଳତା, ମର୍ମଜ୍ଞ ଚାହାଣି
ତମ ଆଖିର,
ବ୍ୟକ୍ତ କରିଥାଏ ତୁମ
ହୃଦୟର ଭାଷା…

ଜାଣିଲି ଏତିକି
ସ୍ଵପ୍ନ ହେଉ ଅବା ବାସ୍ତବତା
ତମେ ହିଁ ମୋ
ଜୀବନ ପଟ୍ଟଚିତ୍ରର
ସେହି ନିଃଶବ୍ଦତାର ନାୟିକା ।

– ନଳୀନକାନ୍ତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନଳୀନକାନ୍ତ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।