ପଡ଼ୋଶୀ
ଦୁଃଖକୁ ନେଇଣ ସୁଖରୁ ମୁଠାଏ ପାରେନା ସିନା ସେ ଅଜାଡ଼ି ପରିବାର ମଧ୍ୟେ ହେଲେ ମତାନ୍ତର ସହଜରେ ଦିଏ ସଜାଡ଼ି । ଭୁଲାଇ ଦିଏ ସେ କ୍ଷଣିକ ମଧ୍ୟରେ ଥାଅ ଯେତେ ଦିନ ରୁଷିକି ଭାବ ଦିଆନିଆ ହୋଇଯାଏ ଯଦି ପଦେଅଧେ କେବେ ବସିକି । ତେଲଲୁଣ ଠାରୁ ଘରକରଣା ବି ବଖାଣି ଦିଏ ସେ ଆଗରେ ଚୋରା ପିରତିର ଖୋଲେ ବି ଗୁମର ସବୁଠୁ ନିଆରା ଢଙ୍ଗରେ । ପୁନେଇଁ ପରବେ ହେଲେ ପିଠାପଣା ଖଣ୍ତେ ଅଧେ ଦିଏ ଯାଚିକି…

