
ଆଶ୍ଵିନ ଆସିଛି
କାଶତଣ୍ଡୀ ଫୁଲେ ସଜ୍ଜିତ ପୃଥିବୀ ଧବଳ ଦିଶଇ ଧରା ଆଶ୍ଵିନ ଉତ୍ସବ ଲାଗଇ ଗହଳ ମେଲାଇ ଖୁସି ପସରା । ପାର୍ବଣର ଋତୁ ଅବତରି ଆସେ ଶାରଦୀୟ ଶୋଭା ନେଇ ଆବିର୍ଭାବ ଧରା ଧାମେ ମହାମାୟୀ ଦୁଃଖ ନିବାରିବା ପାଇଁ । ପୂଜା ମଣ୍ଡପଟି ଝଲସି ଉଠଇ ରୋଷଣୀରେ ହୋଇ ସଜା ଦେବୀ ନାରାୟଣୀ ମହିଷାମର୍ଦ୍ଦିନୀ ଅଦିଶକ୍ତି ଦଶଭୂଜା । ଆକାଶ ନିର୍ମଳ ସ୍ୱଚ୍ଛ ନଦୀଜଳ ପବିତ୍ର ଏ ଧରା ଧାମ ପିତୃ ପୁରୁଷଙ୍କୁ ବାଢ଼ି ଶ୍ରାଦ୍ଧ ପିଣ୍ଡ ଲଭନ୍ତି ଅପାର…