Odia Poem Kakara Topa (କାକର ଟୋପା) by Chikun Panda

କାକର ଟୋପା

ଦର୍ପଣର କାଚ ଟୁକୁରା ପରି ଚମକେ ଶୀତ ସକାଳର କାକର ଟୋପା ଗୁଡ଼ିକ, ସୂର୍ଯ୍ୟର ପହିଲି କିରଣରେ ଝଲସେ ଇନ୍ଦ୍ରଧନୁ ପରି ସପ୍ତ ରଙ୍ଗର ସମାହାର । ସବୁଜ ଘାସର ଗାଲିଚା କାକର ଟୋପାର ପସରା ସତେ କି ଘାସ ରାଜା ମସ୍ତକେ ଶୋଭେ ମୁକୁଟ । ପ୍ରତି ଶୀତ ସକାଳରେ ତୋ’ର ସୃଷ୍ଟି ଇଚ୍ଛା ହୁଏ ରୂପା ଥାଳିଆରେ ତତେ ନେବି ସାଉଁଟି ହେଲେ ଜାଣେ ଇଚ୍ଛା ଇଚ୍ଛାରେ ରହିଯିବ, ସ୍ପର୍ଶ ମାତ୍ରେ ଯାଉ ମିଳେଇ । – ଚିକୁନ…

ଅଧିକ ପଢ଼ନ୍ତୁ
Odia Poem Dashabhujanku Nibedana (ଦଶଭୂଜାଙ୍କୁ ନିବେଦନ) by Krishna Biswanath

ଦଶଭୂଜାଙ୍କୁ ନିବେଦନ

ଅହଂକାରର ଅବଧି ସରି ସରି ଆସୁ, ପ୍ରତି କୋଣେ ଅନୁକୋଣେ ଶାନ୍ତି ପୁଷ୍ପ ବର୍ଷୁ ।୧ ହିଂସା, ଦ୍ୱେଷ, ଈର୍ଷା ମନୁ ହେଉ ଦୂର, ସବୁ ହୃଦେ ବିରାଜିତ ପ୍ରେମ ଭରପୂର ।୨ ଧରା ଧାମେ ସବୁଜିମା ଢେଉ ଖେଳି ଯାଉ, ସବୁରି ଓଠରେ ଚିର ଶ୍ୟାମ ହସ ଥାଉ ।୩ କେହି ବି ନ ଶୋଇ ଦେଇ ପେଟେ ଓଦା କନା, ସବୁ ଜୀବେ ପ୍ରାପ୍ତ ହେଉ ଦୁଇ ଓଳି ଦାନା ।୪ ପରାଜିତ ହେଇଯାନ୍ତୁ ଯେତେ ଦୁଃଶାସନ, ଜଣେ ବି…

ଅଧିକ ପଢ଼ନ୍ତୁ
Odia Story Ja Devi Sarbabhuteshu (ୟା ଦେବୀ ସର୍ବଭୂତେଷୁ) by Manas Ranjan Nayak

ୟା ଦେବୀ ସର୍ବଭୂତେଷୁ

ଆଖିରେ ପାଣି, ଧମନୀରେ ରକ୍ତ । ଜୀବନ ଏହି ପାଣିରୁ ରକ୍ତ ପୁଣି ରକ୍ତରୁ ପାଣି ମଧ୍ୟରେ ଆବର୍ତ୍ତି ହେଉଥାଏ କାଳ ଅକାଳ । ସମୟର ସ୍ୱାକ୍ଷରରେ ସ୍ୱପ୍ନରୁ ବାସ୍ତବତାର ବାଟ ଖୋଜୁଥାଏ ନିରୁଦ୍ଦିଷ୍ଟ ପାହାନ୍ତାରୁ ଗୋଧୂଳି ଯାଏଁ… ଅଭୀପ୍ସାର ଉଡ଼ାଣ ଭରୁଥାଏ ଭୂମିରୁ ଭୂମା ଯାଏଁ । ଜୀବନ ଜଞ୍ଜାଳରେ ନିଜ ଅସ୍ମିତାକୁ ଜଳାଞ୍ଜଳି ଦେଇ ଗଢ଼ି ଚାଲିଥାଏ ସ୍ମୃତି କୋଣାର୍କ । ମୋହର ପରଳ ତଳେ ଚେତନାର ଦିଗନ୍ତ ଦିଶେ ଧୂମ୍ରାଭ । ଜୀବନର ଅମୃତ ଆଶ୍ଳେଷ ଟିକକ ଦ୍ରବୀଭୂତ ହେଉଥାଏ…

ଅଧିକ ପଢ଼ନ୍ତୁ
Odia Poem Tume Asile (ତୁମେ ଆସିଲେ) by Pushpanjali Panda

ତୁମେ ଆସିଲେ

ମା’ ତୁମେ ଦୁର୍ଗତିନାଶିନୀ ତୁମେ ଆସିଲେ, ଅନ୍ଧାକାର ସରିବ ଆଲୋକ ଫିଟିବ ଦୁର୍ଗମ ଦୁର୍ଗତି ଦୂରେଇଯିବ । ନିର୍ଯାତିତର ପ୍ରତିଟି ନିର୍ଯାତନାର ତୁମେ ହିସାବ କରିବ । ତୁମକୁ କେମିତି ଆବାହନ କରିବୁ ମା’ କି ଉପହାର ଦେବୁ ! ତୁମେ ତ କାଶଫୁଲର, ସଫେଦ ଆକାଶର କମନୀୟ ଉପଲବ୍ଧି, ଶିଶିରଭିଜା ସକାଳର ଶ୍ରେଷ୍ଠ ପୂଣ୍ୟର, ସତ୍ୟର ଶକ୍ତି । ଏ ସୃଷ୍ଟିରେ, ଜଡ଼ ଜୀବରେ ତୁମେତ ଅଫୁରନ୍ତ ପ୍ରାଣବନ୍ତ ଚେତନାର ଛଳଛଳ ଭାବ । ଉର୍ଦ୍ଧ୍ୱଗାମୀ ଜୀବସତ୍ତା ଆତ୍ମସ୍ଥ ଅନାହତ ନାଦ । ଏହି…

ଅଧିକ ପଢ଼ନ୍ତୁ
Odia Story Asahaya Kalakara (ଅସହାୟ କଳାକାର) by Deepak Sarangi

ଅସହାୟ କଳାକାର

ଦିବାକର ବସି ଭାବୁ ଥିଲା ତା’ ପୁଅ ପାଇଁ ଏଠି ଅର୍ଥ ଓ ଚିକିତ୍ସାର ବ୍ୟବସ୍ଥା ହୋଇ ପାରିବ କି ନାହିଁ । ମେଳା, ମହୋତ୍ସବ, ଗାଁ ଯାତ୍ରା, ଟିଭି, ରେଡ଼ିଓ, ସରକାରୀ କାର୍ଯ୍ୟକ୍ରମ ଆଦିରେ ମର୍ଦ୍ଦଳ ଭଳି ପାରମ୍ପରିକ ବାଦ୍ୟକୁ ବଜେଇ ସେ ଖୁବ୍ ନାଁ କମେଇ ଥିଲା । ଅନେକ ମଞ୍ଚ, ସଂସ୍ଥା, ସରକାରୀ କାର୍ଯ୍ୟକ୍ରମ ଆଦିରୁ ପୁରସ୍କାର ପ୍ରାପ୍ତ ହୋଇଥିବା ଜଣେ କଳାକାରକୁ ବି ଏମିତି ଦୁର୍ଦ୍ଦିନର ସାମ୍ନା କରିବାକୁ ପଡ଼ିବ ବୋଲି ସେ କେବେ…

ଅଧିକ ପଢ଼ନ୍ତୁ