Odia Story Jibana Sabuthu Bada (ଜୀବନ ସବୁଠୁ ବଡ଼) by Himanshu Bhusan Sahoo

ଜୀବନ ସବୁଠୁ ବଡ଼

ଶୋଭନ ନିଜ ଚେୟାରରୁ ଉଠିଲେ । ଫୋନଟି ସେହିପରି ବାଜୁଥାଏ । ଯେମିତି ଶୋଭନ ରିସିଭ ନ କରିବା ପର୍ଯ୍ୟନ୍ତ ସେ ବାଜିଚାଲିବ ବୋଲି ସ୍ଥିର କରିସାରିଛି ! ତାଙ୍କର ବିଲକୁଲ ଇଚ୍ଛା ନ ଥିଲା କାହାସହ କଥା ହେବାକୁ ଆଜି । ସେଥିପାଇଁ ସେ ତାଙ୍କ ପୁରୁଣା ଡାଈରୀ ଓ କିଛି ନିଜ ହାତଲେଖା କବିତା ଗୁଡ଼ିକୁ ପଢ଼ୁଥାନ୍ତି ଓଳିଏ ହେଲା । ଫୋନ୍ ରିସିଭରଟି ଉଠାଇ କାନରେ ରଖିଛନ୍ତି, ଆରପଟୁ କାନ୍ଦ କାନ୍ଦ ସ୍ୱର ସାନ ବୋହୂର । ଶୋଭନଙ୍କୁ ଆଉ କିଛି…

ଅଧିକ ପଢ଼ନ୍ତୁ
Odia Poem Mrutyu (ମୃତ୍ୟୁ) by Anasuya Panda

ମୃତ୍ୟୁ

କିଛି ନକହି କେବେ ଆସିଯାଏ ଅଦିନ ଝଡ଼ଟେ ହେଇ ପବନ ଘୋଡ଼ାରେ ଅପହୃତ କରିନିଏ, ମହାଶୂନ୍ୟର ମହାତୀର୍ଥକୁ ଐଶ୍ୱରୀୟ ଧାମକୁ, କି ନର୍କକୁ, କି ଯମପୁରକୁ ସବୁ ଅଧା ଛାଡ଼ି ବାହୁଡ଼ିବାକୁ ବାଧ୍ୟ ହୁଏ ମୃତ୍ୟୁର ହାତ ଧରି ଆଉ ଟିକେ ବଞ୍ଚେଇଦେବାର ଆକୁଳ ନିବେଦନ ଥାଏ ଦାବି ପତ୍ରରେ ଆତ୍ମୀୟଙ୍କ ଛାତି ଫଟା ଆର୍ତ୍ତ ସ୍ଵରରେ ପୁଅ ବଡ଼ ହେବାର ସ୍ଵପ୍ନ, ଝିଅ ବାହାଦେବାର ଉଦ୍ୟମ ସ୍ଵାମୀ ସ୍ତ୍ରୀ ସବୁ କାମ ପରେ, ପୁଣି ଗୋଟେ…

ଅଧିକ ପଢ଼ନ୍ତୁ
Odia Poem Mati Kantha (ମାଟିକାନ୍ଥ) by Saroj Sahoo

ମାଟିକାନ୍ଥ

ମାଟିକାନ୍ଥ ମୋର ଲାଗଇ ସୁନ୍ଦର ଗାଏ ଅତୀତର ଗାଥା ପୂନେଇ ପରବ ଅବା ଶୁଭଦିନେ ପଡ଼ୁଥିଲା ଝୋଟିଚିତା । ଭାସି ବୁଲୁଥିଲା ମାଟିର ମହକ ଗୋବରରେ ଭରା ଦେହ ସହି ଅଛି ସିନା ଦୁଃଖର ଯନ୍ତ୍ରଣା ଢାଳିନାହିଁ ଟୋପେ ଲୁହ । ଖରା ବରଷାକୁ ସହିଛି ଆନନ୍ଦେ ପରିବାର ଖୁସି ପାଇିଁ ଛାଇପରି ସଦା ରହିଅଛି ଜଗି ମୁରବୀର ହାତ ନେଇ । ହସକାନ୍ଦ ସବୁ ଦେଖିଛି ଆମରି ତଥାପି ରୁଷିନି ଥରେ ପିଲାବେଳ ସହ ଯୌବନ ବାର୍ଦ୍ଧକ୍ୟ କଟିଅଛି ଏଇ…

ଅଧିକ ପଢ଼ନ୍ତୁ
Odia Poem Mati Maa (ମାଟି ମାଆ) by Susmita Bavi

ମାଟି ମାଆ

ଆସ ଖେଳିବା ଗୀତ ଗାଇବା ଏଇ ମାଟିକୁ ଭଲ ପାଇବା ଆମେ ସବୁ ଭାଇ ଭାଇରେ ସାନ ବଡ଼ କେହି ନୁହେଁରେ ଗୋଟିଏ ମାଆର ଆମେ କୋଟିଏ ସନ୍ତାନ ହୃଦୟରେ ଆମ ଗୋଟିଏ ପ୍ରାଣ ନିଜେ ହସିବା ଦୁନିଆକୁ ହସାଇବା ଏଇ ମାଟିକୁ ଆମେ ଭଲ ପାଇବା ॥ ମାଟିମା’ କୋଳେ ଆମେ ନେଇଛୁ ଜନମ ତା’ରି ପାଣି ପବନରେ ଗଢ଼ା ଆମରି ଜୀବନ ଏଇ ମାଟି ଆମ ମାଆ ବିପଦ ଆପଦରେ ହୁଅଇ ସାହା ତା’ର…

ଅଧିକ ପଢ଼ନ୍ତୁ
Bapa (ବାପା) by Manas Ranjan Patra

ବାପା

କୋଟି ଓଡ଼ିଆର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୁଣ୍ଡିଆଟେ ମାରି ଲେଖା ଆରମ୍ଭ କରୁଛି । ବାପା ଶବ୍ଦଟି ହେଉଛି ଦୁଇ ଅକ୍ଷର କିନ୍ତୁ ମାଆ ଶବ୍ଦ ପରି ଶ୍ରୁତିମଧୁର ଅଟେ । ବାପା ଶବ୍ଦଟିକୁ ପାଟିରେ ଧରିବା ମାତ୍ରେ ଆମ ଶରୀରରେ ଏକ ପ୍ରକାରର ଶିହରଣ ସୃଷ୍ଟି ହୋଇଥାଏ । ପିଲାର ପ୍ରଥମ ମୁଖ ନିଃସୃତ ବାଣୀ ହେଉଛି ମା’ କିନ୍ତୁ ପରେ ପରେ ବାପା ବୋଲି ଉଚ୍ଚାରଣ କରିଥାଏ । ପିଲାଟି ଜନ୍ମ ହେବା ପରେ ଏଡ଼ିକିଟାରୁ ଏଡ଼େ ହେଲାଯାଏଁ…

ଅଧିକ ପଢ଼ନ୍ତୁ