Odia Poem Chhada Rumal (ଛଡ଼ା ରୁମାଲ) by Saroj Kumar Sahoo

ଛଡ଼ା ରୁମାଲ

ଜାଣତରେ ନା ଅଜାଣତରେ ଲାଇବ୍ରେରୀର ପଛ ସିଟରେ ଛାଡ଼ି ଆସିଥିବା ରୁମାଲକୁ ଫେରାଇଲାବେଳେ, ଅଜାଡ଼ି ଦେଇଥିବା ଲାଜ ସବୁକୁ ସଯତ୍ନରେ ସାଉଁଟି ନେଇଥିଲି ମୋର ଅଣଓସାରିଆ ଛାତି ପକେଟରେ । ସେବେଠୁ ଦେହସାରା ଶିହରଣର ବାସ୍ନା, ଶରୀରର ପ୍ରତିଟି ଲୋମକୂପରେ ତୋଳି ସାରିଲାଣି ନଅର, ସତେଜ ହେଲାଣି ମଉଳା ଗଛର ଫୁଲ, ପବନକୁ ଅଳିକରି ବଦଳେଇଲାଣି ତା’ର ବାସ୍ନା, ସେଇଥିପାଇିଁ ତ ଜହ୍ନରାତି ହାତପାହାନ୍ତାରେ ଏବେଏବେ ରଚିଲାଣି ଶୃଙ୍ଗାର । ରାତି ଆଉ ସ୍ୱପ୍ନ ମଝିରେ ଫେରାର୍ ହୋଇଥିବା ନିଦ…

ଅଧିକ ପଢ଼ନ୍ତୁ
Odia Poem Aphera Atita (ଅଫେରା ଅତିଥି) by Rashmibala Satapathy

ଅଫେରା ଅତିଥି

ଅନେକ ଦିନ ପରେ ଆଜି ଡାଏରୀ ଖୋଲି ବସିଲି, ଭାବିଲି କିଛି ଲେଖିବି ତୁମ ବିଷୟରେ… ଏମିତି ଲାଗିଲା, ସ୍ମୃତିଗୁଡ଼ାକ ସଜେଇ ହୋଇ ଅତୀତକୁ ଦେଖୁଛନ୍ତି ଯେପରି ! ଆଉ ସେ ସ୍ମୃତିରୁ କିଛି ଅନ୍ତରଙ୍ଗ ଶବ୍ଦକୁ କବିତାରେ ସ୍ଥାନ ଦେଲି ଜାବୁଡ଼ି ଧରି । ହୁଏତ ସେ ଶବ୍ଦ ସବୁ ଛୁଞ୍ଚି ହୋଇ ବହୁ ପୀଡ଼ା ଦିଏ ଏ ହୃଦୟରେ, ତଥାପି କାହିଁକି କେଜାଣି ଭଲ ଲାଗେ ସେ କଷ୍ଟ ସବୁ ସହିବାରେ !? ଗୋଟେ ବନ୍ଦିନୀର ଅତୀତ, ଆଉ…

ଅଧିକ ପଢ଼ନ୍ତୁ
Odia Poem Sandhya Paribesha (ସନ୍ଧ୍ୟା ପରିବେଶ) by Saroj Kumar Sahoo

ସନ୍ଧ୍ୟା ପରିବେଶ

କିଃ ସୁନ୍ଦର ଦିଶେ ସନ୍ଧ୍ୟା ପରିବେଶ ଗାଇଗୋଠ ସାଥେ ଧୂଳି, ପକ୍ଷୀ ଫେରୁଥାନ୍ତି ନୀଳ ଆକାଶରେ ଶାବକର ସାଥେ ଖେଳି । ପାହାଡ଼ କୋଳରେ ସୂରୁଜ ଲୁଚଇ ରକ୍ତିମ ଆଭାର ବେଶେ, ନାଲି ପାଟଶାଢ଼ୀ ପିନ୍ଧିକି ଧରଣୀ କ୍ଷଣିକରେ ମନ ତୋଷେ । ଗ୍ରାମଦେବତୀଙ୍କ ମନ୍ଦିର ପ୍ରାଗଣେ ଶୁଭେ ଶଙ୍ଖନାଦ ଧ୍ୱନି, ହୋଇଣ ଏକତ୍ର କରନ୍ତି ପ୍ରାଥର୍ନା ଗରୀବ କି ଅବା ଧନୀ । ଘର ଅଗଣାର ବୃନ୍ଦାବତୀ ମୂଳେ କୂଳବଧୂ ଜାଳି ଦୀପ, ଶୁଭ ମନାସଇ ଘର ସ୍ୱାମୀଙ୍କର ଧୋଇଯାଉ…

ଅଧିକ ପଢ଼ନ୍ତୁ
Odia Love Story Ray Sir o Binodini (ରାୟ ସାର୍ ଓ ବିନୋଦିନୀ) by Rojalin Parida

ରାୟ ସାର୍ ଓ ବିନୋଦିନୀ

ବହୁତ କାମ ଏଇ ସ୍କୁଲରେ । ଯେବେଠୁ ବଦଳି ହେଇ ଆସିଛି ଗୋଟିଏ ପରେ ଗୋଟିଏ କାମ ସବୁବେଳେ ଲାଗି ରହିଛି । ମନେ ମନେ ଭାରି ବିରକ୍ତ ହେଉଥିଲି । ପୁଣି ପାଠାଗାରର ଦାୟିତ୍ୱ ବି ମୋ ଉପରେ ଲଦି ଦେଲେ ! ଆଉ ମୋତେ ତ ଲାଗେ ଏଇ ବିଦ୍ୟାଳୟ ପାଠାଗାରର ବହି ସଂଖ୍ୟା ଅଳ୍ପ ବୃଦ୍ଧି କରି ଠିକ୍ ଠାକ୍ ସଜେଇ ଦେଲେ ଆଖପାଖ ଦଶ ଖଣ୍ଡ ଗାଁ ଲୋକ ବିନା ଅସୁବିଧାରେ ପଢ଼ି ପାରିବେ । ହେବନି ବି…

ଅଧିକ ପଢ଼ନ୍ତୁ
Odia poem Singhabhumara re Banya (ସିଂହଭୂମରେ ବନ୍ୟାର ଲହରୀ) by Sanu Jena

ସିଂହଭୂମରେ ବନ୍ୟାର ଲହରୀ

ଆଦିବାସୀ କ୍ଷେତ୍ର ସାନ୍ତାଳ ବସ୍ତି ବଣ ଜଙ୍ଗଲ ସବୁ ତ ଏଠି ନଦୀ ନାଳ ନ ଥାଇ ବି ମଧ୍ୟ ଆମ ସିଂହଭୂମରେ ଖେଳୁଛି ଲହରୀ ॥ ସବୁ ଭାଷାକୁ ନିଜର କରି ସିଂହଭୂମ ସାଜିଛି ଆଜି ବହୁ ଭାଷୀ ଲହରୀ ଛାଣିବ ଯଦି ପକାଅ ଜାଲ ଭାସୁଛି ଏବେ ଭାଷାର ନଗରୀ ॥ ଧାଇଁ ଆସ ଭାଇ ଭଉଣୀମାନେ ଭାଷାର ବନ୍ୟା ଜଳରେ ପହଁରୀ ନିଜ ମାତୃଭାଷାର ଦଉଡ଼ିକୁ ନିଜେ ଚିର ଦିନ ପାଇଁ ରଖ…

ଅଧିକ ପଢ଼ନ୍ତୁ