You are currently viewing ବାବେର ବଂଶର ମହିମା
Odia Poem Baber Bansara Mahima (ବାବେର ବଂଶର ମହିମା) by Kumarlal Rana

ବାବେର ବଂଶର ମହିମା

କୁମ୍ଭକାର ଜାତି କୁଳରୁ ଉତ୍ପତ୍ତି
ବାବେର ବଂଶ ମହିମା ।
ଗୋତ୍ର ପରାସର ଜାଗୃତି କରଇ
କହି ନୁହେଁ ଗୁଣ ସୀମା ।

କୋମନା ଗଡ଼ରୁ ରହିବାରୁ ନାମ
ଯେ କୁମୁନିଆ ବାବେର ।
ଖଡ଼ିଆର ଗଡ଼େ ହେଲେ ଖରଡ଼ିଆ
ବାବେର ବଂଶ କୁମ୍ଭାର
ସୋରଡ଼ାରୁ ବାସ ନାମ ସରଡ଼ିଆ
ବାବେର ବଂଶ ବୋଲାଇ ।
ପାଟଣାଗଡ଼ରୁ ବଂଶ ପଟନିଆ
ବାବେର ବୋଲି ଜଣାଇ ॥

କୋଡ଼େ ଘର ଗଙ୍ଗା କୁମ୍ଭାର ଜାତିରୁ
ଉତ୍ପତି ବାବେର ବଂଶ ।
ପଶ୍ଚିମ ଓଡ଼ିଶା କୋଶଳ ଖଣ୍ଡରୁ
ନାମ ଯହିଁ ପରକାଶ ।

ସୋନପୁର ରାଜ୍ୟେ ବଲାଙ୍ଗୀର ଗଡ଼େ
କରୁଣ୍ଡ ରାଜ୍ୟେ ରହିଲେ
ବାବେର ବଂଶର ମହିମା ଜାଗୃତି
ନାମ ଯଶେ ବଢ଼ାଇଲେ ।

ବୋଡ଼ା ସମରରୁ ବାବେର ରହିଲେ
ହାଣ୍ଡି ଗଢ଼ି କଳେ ଯଶ ।
ବର ଗଡ଼େ ନାମ ପ୍ରକାଶ କରିଲେ
ବଢ଼ାଇଲେ ଇତିହାସ ।

ସମ୍ବଲପୁରରୁ ଇତିହାସେ ମାତି
ହାଣ୍ଡିରୁ କଲେ ପ୍ରକାଶ ।
ଅକଳିତ ନାମ ବାବେର ବଂଶର
ଅଗଣିତ ନାମ ଯଶ ।

ଅସଂଖ୍ୟ ମହିମା ନାହିଁ ତା’ର ସୀମା
କହିବାକୁ ଅପ୍ରକାଶ ।
ଲାଲ ରଙ୍ଗ ପାଗ କରନ୍ତି କୁମ୍ଭାର
ବଢ଼ାଇ ଦେଇ ଯେ ଯଶ ।

– କୁମର ଲାଲ ରଣା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୁମର ଲାଲ ରଣା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।