Odia Story Abaidha Samparka (ଅବୈଧ ସମ୍ପର୍କ) by Swatismita Barik

ଅବୈଧ ସମ୍ପର୍କ

ବାପା ଆଉ ବୋଉଙ୍କ ସମ୍ପର୍କର ବୈଧତା ବୋଧେ ମୋ ଜନ୍ମ ଯାଏ ଥିଲା । ନହେଲେ ବାପା କାହିଁକି ମୋତେ ଆଉ ବୋଉକୁ ଏକା କରି ଚାଲି ଯାଇଥାନ୍ତେ ! ଏମିତି କିଛି ବସି ଭାବୁଥାଏ ସମିତା । ସମିତା ଏବେ ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାସାୟନ ବିଜ୍ଞାନ ବିଭାଗରେ ପାଠ ପଢ଼ୁଛି । ସେଥିରୁ କିଛି ସମୟ କାଢ଼ି ଦୁଇ ପ୍ରାଣୀ ପୋଷିବା ପାଇଁ କିଛି କାମ କରୁଛି । ସକାଳୁ ଉଠି ଝିଅକୁ କଲେଜ୍…

ଅଧିକ ପଢ଼ନ୍ତୁ
Odia Poem Tuma Bina (ତୁମ ବିନା) by Rajeswari Panda

ତୁମ ବିନା

ତୁମ ସାଥେ ଦିନେ ଖେଳୁଥିଲି ହୋଲି ପାଳୁଥିଲି ଦୀପାବଳୀ, ଫଗୁଣରେ ଦୁହେଁ ଭିଜୁଥିଲେ ଆମେ ରଙ୍ଗ ହୋଇ ବୋଳାବୋଳି ॥ ଫଗୁ ରଙ୍ଗକୁ ସିନ୍ଥିରେ ମୋ ଭରି କହୁଥିଲ ତୁମ ବଧୂ, ମିଛ ବଧୂ ସାଜି ଭାବୁଥିଲି ଦିନେ ପାଇଗଲି ସୁଖ ସିନ୍ଧୁ ॥ ସତ ମିଛ କିଛି ଦିଶୁତ ନଥିଲା ତୁମ ପ୍ରେମେ ଅନ୍ଧ ଥିଲି, ସବୁକଥା ତୁମ ସତ ଲାଗୁଥିଲା ସତ ବଧୂ ସାଜିଗଲି ॥ ତୁମ ଅଗଣାରେ ଚାଲୁଥିଲି ଦିନେ ପୂଜୁଥିଲି ମୁଁ…

ଅଧିକ ପଢ଼ନ୍ତୁ
Odia Poem Tela (ତେଲ) by Bijay Choudhury

ତେଲ

ଆଜ୍ଞା, ଭାବୁଛନ୍ତି ନା ତେଲ ମାନେ ପେଟ୍ରୋଲ ଡିଜେଲ ! ହଁ ନଭାବିବେ କାହିଁକି? ତେଲର ତାତି ଯେତେବେଳେ ଦିଲ୍ଲୀରୁ ପଲ୍ଲୀ, ପାର୍ଲିଆମେଣ୍ଟରୁ ଗାଁ ଚଉପାଢ଼ି ପର୍ଯ୍ୟନ୍ତ ମାଡ଼ିଗଲାଣି, ଚିତ୍କାର ହୋହଲ୍ଲା ଫୋଟ ନାଟ, ଆପଣ ବି ଭାବିବା ସ୍ୱାଭାବିକ । କିନ୍ତୁ ସମସ୍ତେ ଜାଣନ୍ତି ତେଲ ବୃଦ୍ଧିର ସଠିକ କାରଣ । ଯଦିଓ କେନ୍ଦ୍ର ରାଜ୍ୟକୁ ଓ ରାଜ୍ୟ କେନ୍ଦ୍ରକୁ ନିନ୍ଦା କରନ୍ତି ଓ ଚୁପ ରହନ୍ତି । କଥା ହେଲା ଦୁହେଁ ଏଥିରୁ ଯେଉଁ…

ଅଧିକ ପଢ଼ନ୍ତୁ
Odia Poem Corona (କରୋନା) by Balaram Panda

କରୋନା

କରୋନା ବିକୁଛି ରୋଗ ପୁଡ଼ିଆଲୋ ବଜାର ଘାଟରେ ବୁଲି ଅମାନିଆ ସବୁ କିଣନ୍ତି ଆସିକି ମୁହଁରୁ ମାସ୍କ ଖୋଲି । ବର୍ଷ ଆରମ୍ଭରୁ ରାଲି ଇସ୍କୁଲୁ ହତାରେ କେବେ ଫିଙ୍ଗା ହବ ଭାତକୁ ପାଣିଆ ଡାଲି !? ଦିନରେ ବୁଲୁ ଖୁଲମ ଖୁଉଲୁ ରାତିରେ ଝୁଲୁଛି ତାଲା ପୁଣି କାଇଁକି ଲକଡାଉନ୍ ଭ୍ୟାକସିନ୍ କୋଉଠି ମଲା । ଏଣେ ନବୀନ ଦାଣ୍ଡରେ ପାଲା ପୃଥିବୀକୁ ପ୍ରଳୟ ଆସୁହେ କାଉଣ୍ଟର ରଖିଥା ଖୋଲା । କୋରନା ତୋ’ପାଇଁ ମାଇପ…

ଅଧିକ ପଢ଼ନ୍ତୁ
Odia Poem Niara Pari (ନିଆରା ପରୀ) by Saroj Kumar Sahoo

ନିଆରା ପରୀ

ଘନ କଳାକେଶେ ଗଜରା ବାନ୍ଧିଣ ଚାଲିଗଲେ ଏଇ ବାଟେ ମଲ୍ଲୀ ଜୁଇଜାଇ ହେନା ମାଳତୀର ବାସରେ ମହକ ଛୁଟେ । ରକ୍ତଜବା ପରି ଅଧରରୁ ଯେବେ ଝରି ପଡ଼େ ମିଠା ମହୁ କେଜାଣେ କାହିଁକି ନିଜ ଅଜାଣତେ ଖୋଲିଦିଏ ଦୁଇ ବାହୁ । ପଦ୍ମ ପାଖୁଡାର କଅଁଳ ପାଦରେ ଅଳତାର ଧାର ହସେ ଆଖିର କଜ୍ୱଳ ତେଜସ୍ୱନୀ ମୁଖ ଆହୁରି ଉଜ୍ୱଳ ଦିଶେ । ମୁଦ୍ରିତ ନୟନ ଲାଗେ ଲୋଭନୀୟ ତା’ ସାଥେ ଚାହାଣି ଆଭା ଦୋଳାୟିତ…

ଅଧିକ ପଢ଼ନ୍ତୁ