ଓଁ ନମଃ ଭଗବତେ ବାସୁଦେବାୟ

ଓଁ ନମଃ ଭଗବତେ ବାସୁଦେବାୟ

ସବୁ ଜାଣି ବି ତୁମେ ଅଜଣା, ସବୁ ଶୁଣି ବି, ସବୁ ତୁମ ପାଇଁ ଅଶୁଣା । ତୁମେ ନଥିଲେ ଚାରିଦିଗ ଅନ୍ଧକାରମୟ, ତୁମେ ଥିଲେ ଆଲୋକରେ ପରିପୂର୍ଣ୍ଣ, ମୋ ଘର ଅଗଣା ॥ କେବେ ତୁମେ ଦେଖାଦିଅ, ମନ୍ଦିରର ମୁଖଶାଳା ସାଜି, କେବେ ପୁଣି ଆସ ଅଧା ଲେଖା କାହାଣୀର, ଶେଷ ଅଧ୍ୟାୟ ପ୍ରାୟେ । ଜୀବନ ମୃତ୍ୟୁ ସବୁ ତୁମରି ଦାନ, ହାତ ଧରି କଢ଼ାଇ ନିଅ ବାଟ, ଯେବେ ମଣିଷ ପଥହରା ହୁଏ…

ଅଧିକ ପଢ଼ନ୍ତୁ
hrudayare-krushna

ହୃଦୟରେ କୃଷ୍ଣ

ମନ ମୟୂରୀ ମୋ ନାଚୁଛି ଯେ ଆଜି କୃଷ୍ଣ ଗୋ ତୁମ ବଂଶୀର ସ୍ୱରେ, ନାଚୁଥିବ ନାଚୁଥିବ ମୋର ମନ ତୁମ ଭକ୍ତିଭରା ପ୍ରେମ ଆଳାପରେ । (୧) ତୁମ ମଥାରେ ସେ ମୟୂର ପୁଚ୍ଛିକା ଜାତ ପରଶେ ଗଲେ ଦୋହଲି, ହାଡ଼ ମାଂସର ଏ ଶରୀର ଭିତରେ ରଚିଯାଅ ତୁମେ ହୋଲି । (୨) ହୁଅନ୍ତିକି ତୁମ ହାତର ବଇଁଶୀ ଲାଖିଯିବି ଅଧରରେ, ରଙ୍ଗେଇ ଦେବି ମୁଁ ମୋ ତନୁ ମନକୁ ନାଲି ଅଧରର ଗାରେ…

ଅଧିକ ପଢ଼ନ୍ତୁ

ଗୀତ ଶୁଭେ ଫୁଲ ବଉଳବେଣୀ

ବରଷାରାଣୀ ଯେ ବିଦାୟ ଘେନିଲା ଧରାକୁ ଆସିଲା ଶରତ ଆକାଶରେ ନାହିଁ ବାଦଲର ଛବି ହସି ଉଠିଲାଣି ମରତ ॥୧॥ ନବପଲ୍ଲବରେ ଶିଶିର ବିନ୍ଦୁର ଶୁଭଦୃଷ୍ଟି ଟିକେ ପଡ଼ିଲା ସୁରୁଜ ମୁରୁଜ ବୁଣିଦେଲା ପରେ ମୁକ୍ତା ବିନ୍ଦୁ ପରି ଦିଶିଲା ॥୨॥ ନଈଜଳ ଏବେ କାଚକେନ୍ଦୁ ପରି ଦର୍ପଣ ପରାଏ ଦିଶୁଛି ପଠା ଧାରେ ତା’ର କାଶତଣ୍ଡି ଫୁଲ ସମୀର ପରଶେ ହସୁଛି ॥୩॥ ଶରତ ଋତୁରେ ରାଣୀଫୁଲ ଜହ୍ନ ରୂପ ଦିଶେ ତା’ର କି ପରିଷ୍କାର…

ଅଧିକ ପଢ଼ନ୍ତୁ
alicante

ଅଲିକାନଟେ ଭ୍ରମଣ ଅନୁଭୂତି

ଏମିତିରେ ମୋତେ ନୂଆ ଜାଗା ଦେଖିବାକୁ ବହୁତ ଭଲ ଲାଗେ । ସେମିତି ଏକ ସୁଯୋଗ ମୋତେ ନିକଟରେ ମିଳିଥିଲା । ଗତ ମେ ମାସରେ ମୁଁ ଏକ କନଫରେନ୍ସରେ ଯୋଗ ଦେବାକୁ ସ୍ପେନ ଦେଶର ଏକ ସୁନ୍ଦର ସହର ଅଲିକାନଟେ ଯାଇଥିଲି । ଅଲିକାନଟେ ସ୍ପେନର ଦକ୍ଷିଣପୂର୍ବରେ ଅବସ୍ତିତ ଅଲିକାନଟେ ରାଜ୍ୟର ରାଜଧାନୀ ଓ ଏକ ବନ୍ଦର ସହର । ମୋର ସ୍ୱଳ୍ପ ସମୟ ରହଣି ଭିତରେ ଏହି ସୁନ୍ଦର ସହରକୁ ଜାଣିବାର ସୁଯୋଗ ପାଇଥିଲି…

ଅଧିକ ପଢ଼ନ୍ତୁ