ସମୟ
କେବେ ହାତ ମୁଠାରେ କେବେ ବହୁ ଦୂରରେ କେବେ ନିଜ କଚଟିରେ ତ କେବେ ପଡ଼ିଶା ଘରେ… କେବେ ପାପୁଲି ରେଖାରେ କେବେ ବହି ଖାତାରେ କେବେ କଲମ ସ୍ୟାହିରେ ତ କେବେ ଦୀପ ଶିଖାରେ… କେବେ ସାରସ ପତରେ କେବେ ସୁଗନ୍ଧିତ ଅତରେ କେବେ ଝାଳୁଆ ବାସରେ ତ କେବେ ଆପଣାର ହସରେ… କେବେ ଭିକ୍ଷୁକର ଭିକରେ କେବେ ଅହଂକାର ଶିଖରେ କେବେ ଷ୍ଟ୍ରିଟ୍ଲାଇଟ୍ ପାଖରେ ତ କେବେ ଚିରନିଦ୍ରା ଆଖିରେ… – ସୌମ୍ୟରଞ୍ଜନ ପାଲ୍