ଆ ମୌସୁମୀ ଆ…
ବିଲ ବାଡ଼ି ସବୁ ଫାଟି ଆଁ କରେ ଯାଉନି ବିଲରେ ହଳ, ଶୁଖିଲା ମାଟି ଯେ ପଥର ସାଜିଛି ଭାଙ୍ଗୁଛି ଟ୍ରାକ୍ଟର ଫାଳ । ଗୋଚର ହେଲାଣି ଚାଷଜମି ସବୁ ଉଜୁଡ଼ି ଗଲାଣି କ୍ଷେତ, ଆତଙ୍କ ଖେଳାଏ ଆଷାଢ଼ିଆ ଝାଞ୍ଜି ଜଳିଯାଏ ଦେହ ହାତ । ବରଷାକୁ ଚାହିଁ ଗହିଡା ଆଖିରୁ ପାଣି ତ ଗଲାଣି ମରି, ସାଇତା ବିହନ ଖତ ଖାଇଲାଣି ଚାଷୀ କାନ୍ଦେ ମୁଣ୍ଡ କୋଡ଼ି । ଅକ୍ଷିମୁଠି ଧାନ ଗଜା ହେଲାନାହିଁ ଶୁଖିଲା…