Asha

ଆଶା

ମଣ୍ଟୁ ଆଜି ବହୁ ଦିନ ପରେ ଗାଁକୁ ଆସିଛି । ନଈ କୂଳ ମନ୍ଦିର ପାଖରେ ବସିଥିଲା ବେଳେ ହଟାତ ତା’ ନଜର ପଡ଼ିଲା ମନ୍ଦିର କାନ୍ଥ ଉପରେ ଅଙ୍କା ହେଇଥିବା ଗୋଟେ ଝାପ୍ସା ଚିତ୍ର ଉପରେ । ମଣ୍ଟୁ ଆଉ ମିଲି ଦୁହେଁ ମିଶି ସେହି ଚିତ୍ରଟି ଆଙ୍କିଥିଲେ ବହୁ ବର୍ଷ ତଳେ । ମିଲି ଗାଁ ଛାଡ଼ି ଗଲା ପରେ ଆଉ ମଣ୍ଟୁ ସହ କେବେ ତା’ର ଦେଖା ହେଇନି କି କେବେ ଦେଖା ହେବ ସେ କଥା…

ଅଧିକ ପଢ଼ନ୍ତୁ
Prague-travel-blog

ପ୍ରାଗ୍: ମୋ ସ୍ମୃତି ମୋ ଅନୁଭୂତି

ଏମିତିରେ ଲୋକମାନେ ଛୁଟି କଟାଇବାକୁ ଭଲ ଭଲ ସହର ଚୟନ କରିଥାନ୍ତି । ମୋ କ୍ଷେତ୍ରରେ ଏମିତି ଏକ ସୁନ୍ଦର ସହରକୁ ଉଚ୍ଚଶିକ୍ଷା ପାଇଁ ଯିବାର ସୁଯୋଯ ମିଳିଥିଲା । ଆସିବା ପୂର୍ବରୁ ଅବଶ୍ୟ ମୋର ବନ୍ଧୁମାନଙ୍କଠାରୁ ପ୍ରାଗ୍ ବିଷୟରେ ବହୁତ କିଛି ଶୁଣିଥିଲି । ଆସିବା ପରେ ଓ ମୋର ରହଣି ଭିତରେ ଏହି ସହର, ଏହାର ଇତିହାସ, ଏହାର ଲୋକମାନେ ଓ ତାଙ୍କ ଚାଲିଚଳନ ବିଷୟରେ ଅତି ନିକଟରୁ ଜାଣିବାର ସୁଯୋଗ ମିଳିଥିଲା । ପ୍ରାଗ୍, ଇଉରୋପ ମହାଦେଶରେ ଅବସ୍ଥାପିତ…

ଅଧିକ ପଢ଼ନ୍ତୁ
i-have-been-to-london

ଆଇ ହାଭ ବିନ ଟୁ ଲଣ୍ଡନ୍ ଟୁ ଲୁକ୍ ଆଟ୍ ଦି କୁଇନ୍…

ଚାଟଶାଳୀରେ ବସି ପଣିକିଆ ଘୋଷୁଥିବା ବୟସରେ ହାତରେ କିଏ ଧରାଇଦେଇଥିଲା ନର୍ସରୀ ରାଇମ୍ ବହିଟିଏ । ଗୀତଗୁଡ଼ିକ ମଧ୍ୟରେ ସୁପ୍ରସିଦ୍ଧ ଶିଶୁ ଗୀତିକା “ପୁଷି କ୍ୟାଟ୍” ମୋର ସବୁଠାରୁ ପ୍ରିୟ ଥିଲା । ଗୀତଟିର ସାର ହେଲା ଏକ ବିଲେଇ ବିଲାତ ଭ୍ରମଣରେ ଯାଇ ସେଠି ରାଣୀଙ୍କ ଆସନ ତଳେ ଲୁଚିଥିବା କୁନି ମୂଷାଟିକୁ କିପରି ଡରାଇ ଦେଇଛି । ମୁଁ ସବୁବେଳେ କଳ୍ପନା କରୁଥାଏ ସତରେ ମୁଁ କେବେ ସ୍ଵଚକ୍ଷୁରେ ଦେଖି ପାରିବି ଇଂଲଣ୍ଡ ରାଣୀ ଏଲିଜେବେଥଙ୍କୁ । କଥା ରେ…

ଅଧିକ ପଢ଼ନ୍ତୁ
delft

ଅଚିହ୍ନା ସହରେ ମୁଁ

ଡେଲ୍ଫଟ୍ । ସକାଳୁ ସକାଳୁ ସ୍କିପୋଲ ଏଆରପୋର୍ଟରୁ ମଟ୍ରୋ ଯୋଗେ ପହଞ୍ଚି ଗଲି । କର୍ମ ସଂସ୍ଥାନରେ କିଛି ଔପଚାରିକତା ସରିବାପରେ ଦିଆଯାଇଥିବା ବାସସ୍ଥାନ ଆଡ଼କୁ ଚାଲଲି । ହାତରେ ଇନଷ୍ଟିଚ୍ୟୁଟ ପ୍ରଦତ୍ତ ମ୍ୟାପଟିଏ । ମ୍ୟାପ ପଛପଟେ ଡେଲ୍ଫଟ ସହରର ସଂକ୍ଷିପ୍ତ ବିବରଣୀ । ନେଦରଲ୍ୟାଣ୍ଡର ପଶ୍ଚିମକୁ ଅଛି ଏଇ ଛୋଟିଆ ସହର । ଛୋଟ ହେଲେ ବି ବିଶ୍ୱ ପ୍ରସିଦ୍ଧ ଦୁଇଟି କାରଣ ପାଇଁ । ପ୍ରଥମତଃ ଡେଲ୍ଫଟ ଇଉନିଭର୍ସିଟି ଅଫ ଟେକ୍ନୋଲୋଜି ଯାହାକି ଟିୟୁ ଡେଲ୍ଫଟ୍ ହିସାବରେ ବେଶ ଜଣା ଆଉ ଦ୍ୱିତୀୟଟି…

ଅଧିକ ପଢ଼ନ୍ତୁ
ନକଲି ଚାଷୀ ଆତ୍ମହତ୍ୟା

ନକଲି ଚାଷୀ ଆତ୍ମହତ୍ୟା

ରାଜ୍ୟରେ ପଶ୍ଚିମାଞ୍ଚଳରେ ଜିଲ୍ଲାମାନଙ୍କରେ ଏ ବର୍ଷ ଭୟଙ୍କର ମରୁଡ଼ି ପଡ଼ିଛି । ଏକଦମ ସିରିଅସ ଅବସ୍ଥା । ଏପରି ଅଦେଖା ଅମୁଣା ପ୍ରକୃତିର ଦାଉ କେବେ ଦେଖା ନଥିଲା ହୋ ଭାଇମାନେ, ଆଜ୍ଞାମାନେ । ବିଚରା ଉଚ୍ଛବ ସାହୁ, ଭଗିଆ କାଣ୍ଡି ଓ ଅନ୍ୟ ଗାଁବାଲାମାନେ ହିଡ଼ ଉପରେ ବସି କାନ୍ଦିଲେ, ମୁଣ୍ଡ କୋଡ଼ିଲେ, ଗାମୁଛାରେ ଲୁହ ପୋଛିଲେ । ଉଚ୍ଛବ ଗାଁର ତିଆଡ଼ି ସାଆନ୍ତଙ୍କ ଦୁଇ ମାଣ ଜମି ଭାଗଚାଷ କରୁଚି; ତାଙ୍କର ତଳମୂଳ ଗହୀର ବିଲ, ବରଷାପାତି ଜମି ରହେ ।…

ଅଧିକ ପଢ଼ନ୍ତୁ