Kalia Kalijugare

କାଳିଆ କଳିଯୁଗରେ

କିଏ କହେ ଜଗା, କିଏ ଜଗନ୍ନାଥ, କୋଟି କୋଟି ନାମ ତୋ’ର, ତୁହି ରାମଚନ୍ଦ୍ର, ତୁହି ପର୍ଶୁରାମ, ସହସ୍ର ରୂପ ତୋହର ॥୧॥ ଅପଲକ ନୟନେ ରହିଛୁ ଅନାଇ, ତୋହର ଭକତ ଗଣଙ୍କୁ, ଭକତିରେ ବନ୍ଧା ଭାବର ଠାକୁର, ଟଙ୍କା ପଇସା ଅଲୋଡ଼ା ତାକୁ ॥୨॥ ଶହେ ଆଠ ଗରା ପାଣିରେ ଗଧାଏ, ଦେବସ୍ନାନ ପୂର୍ଣ୍ଣିମାରେ, ଦେବ ଶରୀରରେ ମଣିଷ ପରାଏ, ଜରରେ ତା’ ଦେହ ଥରେ ॥୩॥ ଅଣସର ଘରେ ରୁହେ ତ ସେ ଯାଇ, ଫୁଲୁରୀ ତେଲ ଲଗାଏ,…

ଅଧିକ ପଢ଼ନ୍ତୁ
Abhilash

ଅଭିଳାଷ

ଏଇ ତ ଫୋପାଡ଼ି ଦେଲି ଇଚ୍ଛା ସବୁ… ସବୁ ଆଶା… ସବୁ ଅଭିଳାଷ… ଚିରିଚାରି ଜାକିଜୁକି ବନ୍ଦକରି ସୁନା ଫରୁଆରେ ଅମର୍ଯ୍ୟାଦା ହୋଇଥାନ୍ତା ବୋଲି ସେଇମିତି ପବନରେ ରାସ୍ତାକୁ ଫିଙ୍ଗି ଦେଇଥିଲେ । ଆଶା ତ ମର୍ଯ୍ୟାଦାବନ୍ତ ସୁକୁମାର ସଯତ୍ନେ ପାଳିତ ଦିଗ୍‌ବଳୟେ ସୂର୍ଯ୍ୟସ୍ନାତ ଧାରାଟିଏ ନିଷ୍କାମ ଆଲୋକ ଆଲୋକ ଲିଭାଇ ଦେଲି ଲିଭିଗଲା ଦିନର ରୋଷଣୀ ତା’ ପରେ ତ ଏକାକାର ଏକାକାର ଆକାଶ ଧରଣୀ । କେଉଁଠି ମୁଁ, କିଏ ମୋର ସତ୍ତା ଆଉ ପାରେ ନାହିଁ…

ଅଧିକ ପଢ଼ନ୍ତୁ
Tume Para Mora Bapa

ତୁମେ ପରା ମୋର ବାପା

ତୁମ ନାମ ଶୁଣି ମୁଁ ଭୟ ପାଏ, ଆନନ୍ଦ ବି ପାଏ କେବେ ଭାବବିହ୍ୱଳ ବି ହୁଏ ତୁମେ ପରା ମୋର ବାପା ! ତୁମେ ଯେତେବେଳେ ଧରିଥାଅ ମୋର ହାତ ଭୁଲି ମୁଁ ନଯାଏ ବାଟ ତୁମେ ପରା ମୋର ବାପା ! ତୁମେ ମୋର ଭଗବାନ ସଠିକ୍ ମାର୍ଗଦର୍ଶନ ଦେଖାଇଛ ଭଲଧାରଣା ବି ଶିଖାଇଛ ତୁମେ ପରା ମୋର ବାପା ! ତୁମେ ହିଁ ଶିଖାଇଛ ଖଡ଼ି ଛୁଆଁ ମୋତେ ପ୍ରଥମ ଓ କର୍ତ୍ତବ୍ୟ ହିଁ ଭଗବାନ ତୁମେ…

ଅଧିକ ପଢ଼ନ୍ତୁ
Kalapata

କଳାପଟା

ମୋ ନାଁ କଳାପଟା । ସ୍କୁଲ ଘରେ ମୋ ଜାଗା ସବୁବେଳେ ପୂର୍ବ ନିର୍ଧାରିତ ସାମ୍ନା କାନ୍ଥରେ । ଚୌକି, ଟେବୁଲ ଏମିତିକି ଦୁଆର, କବାଟ ଆଉ ଝରକା ଲାଗିବା ଆଗରୁ ମୋ ଜାଗା ସ୍ଥିର ହେଇଯାଏ । ଏମିତି ଜାଗାରେ ମତେ ରଖାଯାଏ ଯୋଉଠୁ ମୁଁ ସମସ୍ତଙ୍କୁ ଦେଖିପାରିବି ଆଉ ମତେ ସମସ୍ତେ ଦେଖିପାରିବେ । ସାର୍, ଦିଦିମାନେ କୁହନ୍ତି ସବୁ ପିଲାଏ ମତେ ଦେଖିବାକୁ ବାଧ୍ୟ; ଯିଏ ମତେ ନଦେଖି ଇଆଡ଼େ ସିଆଡ଼େ ଚାହେଁ ଆଉ ଧରାପଡ଼େ, ଭଲକି ଉତ୍ତମ…

ଅଧିକ ପଢ଼ନ୍ତୁ
smruti

ସ୍ମୃତି

ସ୍ମୃତି ତୁମେ କେବେ ଶୀତ ସକାଳର ସୂର୍ଯ୍ୟ ଆଲୋକର ତାତି; କେବେ ତୁମେ ପୁଣି ପୂର୍ଣ୍ଣମୀ ଜହ୍ନ ଓ କଇଁ ଫୁଲର ସେ ପ୍ରୀତି । ସ୍ମୃତି ତୁମେ କେବେ କାଳବୈଶାଖୀ ଅଦିନ ବର୍ଷାର ଝଡ଼; କେବେ ତୁମେ ପୁଣି ଅଚାନକ ଆସି ବଦଳାଅ ଜୀବନ ମୋଡ଼ । ସ୍ମୃତି ତୁମେ କେବେ ଗଭୀର ସମୁଦ୍ର ଜୁଆର ସାଙ୍ଗକୁ ଭଟ୍ଟା; ହୃଦୟର କେଉଁ କୋଣେ ତୁମ ଚିହ୍ନ ଭରିଦିଏ ମନେ ବ୍ୟଥା । ସ୍ମୃତି ତୁମେ ଏଇ ରାତି ଅନ୍ଧକାରେ ଆଖିର…

ଅଧିକ ପଢ଼ନ୍ତୁ