ମାଆ କୋଳ
ଏଇ ରଜନୀର ଅନ୍ଧକାରକୁ ବନ୍ଦ କରିବାପାଇଁ ଚାହେଁ ମୋ ଆଖି ପଲକରେ । ମୋ ଅଧରର ବାକ୍ ଶକ୍ତିକୁ ହଜେଇ ଦେବାପାଇଁ ଚାହେଁ ଏ ରାତିର ନିରବତାରେ । କିଛି କ୍ଷଣ ରୋକି ଦେଇ ପବନକୁ ବଦଳେଇବାକୁ ଚାହେଁ ମୋ ଶେଷ ନିଃଶ୍ୱାସରେ । କ୍ଲାନ୍ତ ମୋ ଏଇ ଶରୀରକୁ ଅଗ୍ନିର ଉଷ୍ମତାରେ କରି ପାଉଁଶ ଶୋଇଯିବାକୁ ଚାହେଁ ମା’ ତୋ କୋଳରେ । – ତାନିଆ ପଟେଲ