Europe Tour

ଇଉରୋପ ଯାତ୍ରା

ଆଷାଢ଼ ମାସ ଅତିକ୍ରାନ୍ତ ପ୍ରାୟ । ସମୟ ସକାଳ ନଅଟା । ଅସଳେ ବର୍ଷା ହୋଇ ଛାଡ଼ି ଯାଇଥାଏ । ଆକାଶରେ ବାଦଲ, ବାଦଲ ଫାଙ୍କରେ ସୂର୍ଯ୍ୟଙ୍କର ଲୁଚକାଳି ଖେଳ । ଝାପ୍ସା ଆଲୋକରେ ଗଛପତ୍ର ସବୁ ଝଲସୁଥାନ୍ତି । ଏହି ସମୟରେ ଅଧ୍ୟାପକ ସୂର୍ଯ୍ୟକାନ୍ତ ବାବୁ ନିଜ ବାଇକ୍ ଧରି କଲେଜ ବାହାରିଗଲେ । ମନଟା ଟିକିଏ ଚଞ୍ଚଳ ଥାଏ । ବ୍ୟସ୍ତ ଆଉ ବିବ୍ରତ । କଲେଜରେ ଶୀଘ୍ର ପହଞ୍ଚିଲେ, କାମ ସାରି ଶୀଘ୍ର ଫେରିବାକୁ ପଡ଼ିବ । ଏବେ ତ ୫‘ଟି’ର ପ୍ରଚଳନରେ ସମସ୍ତେ ଅବସ୍ତବ୍ୟସ୍ତ ।…

ଅଧିକ ପଢ଼ନ୍ତୁ
Gaintha Pitha - ଗଇଁଠା ପିଠା

ଗଇଁଠା ପିଠା

ଆମେ ଓଡ଼ିଆ ୧୨ ମାସରେ ୧୩ ଯାତ ପାଳନ କରିଥାଉ… ଆମର ପର୍ବପର୍ବାଣୀ ସହ ଆମର ଖାଦ୍ୟ ପେୟ ଆଉ ପିଠାପଣାର ସମ୍ବନ୍ଧ ଭାରି ନିବିଡ଼ । ଯେମିତି ପ୍ରଥମାଷ୍ଟମୀ ଆସିଲେ ଆମେ ଏଣ୍ଡୁରୀପିଠା କରିବାକୁ ଭୁଲିନଥାଏ, ରଜ ଆସିଲେ ପୋଡ଼ପିଠା, ସେମିତି ଦୀପାବଳି ସମୟରେ ବଡ଼ବଡ଼ିଆଙ୍କୁ ପଇଁଆ କାଠି ଜାଳି ଡାକିବା ସମୟରେ କେତେକ ସ୍ଥାନରେ ଗଇଁଠା ପିଠାର ମଧ୍ୟ ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଦେଖିବେ, ଶିଖିବା ଆମେ କେମିତି ଆମ ଘରେ ଗଇଁଠା ପିଠା…

ଅଧିକ ପଢ଼ନ୍ତୁ
Saradiya Sparsha

ଶାରଦୀୟ ସ୍ପର୍ଶ

ଶରତ ଆଗମନରେ ଭୂଇଁରେ କାଶତଣ୍ଡୀ ସ୍ପର୍ଶ ମା’ ମହାମାୟାର ଆଗମନର ଦିଏ ସନ୍ଦେଶ । ମରୁ ପ୍ରାନ୍ତରକୁ ମନ୍ଦାକିନୀ ସ୍ପର୍ଶ, ଏ ଜଗତ ଲଭେ ମା ମହାମାୟାର ଆଶିଷ । ଶରତ ଅମ୍ବର କେଡ଼େ ନିରିମଳ ସତେ କି ନୀଳ ପାରାବାର, ପ୍ରକୃତି ସାଜଛି ରାଣୀର ବେଶ ଦିଶେ ଆହା କେତେ ମନୋହର । ଶରତସ୍ପର୍ଶ ସକାଳର କାକର ବେଳା, ମୋତି ସଦୃଶ ଦିଶେ ଘାସ ଉପରେ ଆଚ୍ଛାଦିତ କାକର ବିନ୍ଦୁର ମେଳା । ପରମେଶ୍ୱରୀଙ୍କ କରୁଣାର ସ୍ପର୍ଶ ଦୁଃଖସାଗରେ ମିଳେ ସେନେହ…

ଅଧିକ ପଢ଼ନ୍ତୁ
Panthasala o mun

ପାନ୍ଥଶାଳା ଆଉ ମୁଁ

କ୍ଲାନ୍ତ ଏକ ଅପରାହ୍ନ ଭଗ୍ନ ପାନ୍ଥଶାଳା ଆଉ ମୁଁ ଏକ ଅଦୃଶ୍ୟ ବୁଝାମଣା ଆମ ଭିତରେ । ଜରାଜୀର୍ଣ୍ଣ ତା’ ଶରୀର ଆଉ ଆତ୍ମଗ୍ଲାନିର ବହ୍ନିରେ ଲେଲିହାନ ମନ ମୋର । ସାଧନାର ପରିତୃପ୍ତି ନାହିଁ ଏଠି ନା ଅଛି ବିଚ୍ଛେଦର ଅବସାଦ । ଅନେକ ମିଳନର ମୁକସାକ୍ଷୀ ହୋଇବି ଆଜି ସେ ରାସ୍ତାକଡ଼ରେ ଏକା, ଏକ ଜାଗ୍ରତପ୍ରହରୀ ପରି । ଆଉ ମୁଁ !!! ଶୀତରାତି କାକରର ଆର୍ଦ୍ରତାରୁ ଶୋଷ ମେଣ୍ଟାଇବାକୁ ଚେଷ୍ଟାକରୁଥିବା ଏକ ତୃଷାର୍ତ୍ତ ପଥିକ । ସତରେ!!! କି ଅଦ୍ଭୁତ ଏ…

ଅଧିକ ପଢ଼ନ୍ତୁ
Durga

ଦୁର୍ଗା

ଷ୍ଟେସନ ରାସ୍ତାରେ ତା’ର ବାର ବର୍ଷର ଝିଅକୁ ଧରି ଖାଲି ହାତ ବଢ଼ାଇ ଯିବା ଆସିବା କରୁଥିବା ଲୋକଙ୍କୁ ଭିକ ମାଗୁଥିଲା ଦୁର୍ଗା । କେହି କେହି ସହୃଦୟ ବ୍ୟକ୍ତିମାନେ ଦୟାକରି ଟଙ୍କା ବଢ଼ାଇ ଦେଉଥିବାବେଳେ କେହି କେହି ତାକୁ ଦୂର୍ ଦୂର୍ ମାର୍ ମାର୍ କରୁଥାନ୍ତି । ଯେଉଁମାନେ କିଛି ଦେଉନଥିଲେ କି ତାକୁ ଦୂରେଇ ଯା କହୁନଥିଲେ, ସେମାନେ କାହିଁକି ତା’ର ଛୋଟ ଝିଅକୁ ଭିନ୍ନ ଏକ ଦୃଷ୍ଟିରେ ଚାହିଁ ଚାଲିଯାଉଥିଲେ ସେ ବିଷୟରେ ସେ ଥିଲା…

ଅଧିକ ପଢ଼ନ୍ତୁ