You are currently viewing ମନେପଡ଼ନ୍ତି: ଦ୍ୱୈତ ଭୂମିକାରେ ପ୍ରଥମ ଓଡ଼ିଆ- ନରେନ୍ଦ୍ର
ଦ୍ୱେତ ଭୂମିକାରେ ଅଭିନୟ କରିଥିବା ପ୍ରଥମ ଓଡ଼ିଆ କଳାକାର

ମନେପଡ଼ନ୍ତି: ଦ୍ୱୈତ ଭୂମିକାରେ ପ୍ରଥମ ଓଡ଼ିଆ- ନରେନ୍ଦ୍ର

୧୯୧୭ରେ ମୁକ୍ତିଲାଭ କରିଥିଲା ‘ଲଙ୍କା ଦହନ’ । ଫିଲ୍ମଟି ନିର୍ବାକ ଚଳଚ୍ଚିତ୍ର ତାଲିକା ଅନ୍ତର୍ଭୁକ୍ତ । ଏହି ଫିଲ୍ମ ସଂପର୍କରେ ଏକ ଉଲ୍ଲେଖନୀୟ କଥା ହେଉଛି, ଏଥିରେ ଭାରତୀୟ ସିନେମା ଇତିହାସରେ ପ୍ରଥମ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ ଅନ୍ନା ସାଲୁଙ୍କେ । ସେ ଉଭୟ ରାମ ଓ ସୀତା ଭୂମିକାରେ ଅଭିନୟ କରି ସେହି କାଳର ଦର୍ଶକଙ୍କୁ ଚମତ୍କୃତ କରିଥିଲେ ।

ଏବେ ଜାଣନ୍ତୁ ଓଡ଼ିଆ ସିନେମାରେ ପ୍ରଥମ ଥର ଦ୍ୱୈତ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କଳାକାରଙ୍କୁ । ସେ ହେଉଛନ୍ତି ନରେନ୍ଦ୍ର ମହାନ୍ତି । ୧୯୨୫ ଜୁଲାଇ ୧୨ରେ ପୁରୀ ଅନ୍ତର୍ଗତ ପଥୁରିଆ ସାହିରେ ଜନ୍ମ ହୋଇଥିବା ଏହି ଅଭିନେତା ୧୯୫୯ରେ ମୁକ୍ତିଲାଭ କରିଥିବା ‘ମହାଲକ୍ଷ୍ମୀ ପୂଜା’ ଫିଲ୍ମରେ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଦୁଇଟି ଶ୍ରେଷ୍ଠ ଚଳଚ୍ଚିତ୍ର ହେଉଛି ‘ଜୟଦେବ’ ଓ ‘ଦସ୍ୟୁ ରତ୍ନାକର’ । ବ୍ୟକ୍ତିିଗତ କାରଣରୁ ସେ ଅନେକ ବର୍ଷ ଅଭିନୟ ଦୁନିଆରୁ ଦୂରେଇ ରହି, ପ୍ରାୟ ଚାଳିଶ ବର୍ଷ ପରେ ଫେରିଥିଲେ । ନରେନ୍ଦ୍ରଙ୍କର କଳାକାର ଜୀବନର ଦ୍ୱିତୀୟ ପାଳି ଆରମ୍ଭ ହୋଇଥିଲା ୧୯୯୭ରେ । ଫିଲ୍ମଟି ଥିଲା ଅପୂର୍ବ କିଶୋର ବୀରଙ୍କ ‘ଶେଷ ଦୃଷ୍ଟି’ । ପର ବର୍ଷ ବୀରଙ୍କ ଆଉ ଏକ ଫିଲ୍ମ ‘ନନ୍ଦନ’ରେ ମଧ୍ୟ ଅଭିନୟ କରିଥିଲେ । ୨୦୦୪ ଜୁଲାଇ ୨୭ରେ ଭୁବନେଶ୍ୱରରେ ନରେନ୍ଦ୍ରଙ୍କ ପରଲୋକ ହୋଇଥିଲା ।

ସିନ୍ଧୁଜ୍ୟୋତି ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସିନ୍ଧୁଜ୍ୟୋତି ତ୍ରିପାଠୀ ଜଣେ ଓଡ଼ିଆ ସ୍ତମ୍ଭକାର । ସେ ଓଡ଼ିଆ ସମ୍ବାଦପତ୍ର "ସମ୍ବାଦ" ସଂସ୍ଥାର ଜଣେ ବେତନଭୋଗୀ କର୍ମଚାରୀ ।