✍ ପଞ୍ଚଦଶ ସମ୍ପାଦକୀୟ
ଅନୁଭୂତିରେ ଶ୍ରୀଜଗନ୍ନାଥ ସେଦିନ ଥାଏ ରବିବାର । ଦୁଇହଜାର ତେର ମସିହା ଜୁନ ମାସ ତେଇଶି ତାରିଖ । ପବିତ୍ର ସ୍ନାନ ପୂର୍ଣ୍ଣିମା । ସେଦିନ ଖୁବ୍ ଭୋରୁ ଆମେ ସପରିବାର ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପ୍ରଭୁଙ୍କ କରୁଣାର ଡୋରି ଲାଗିବାରୁ ଟ୍ରେନ୍ ଯୋଗେ ଯାଇଥିଲୁ । ସାଥିରେ ଆମର ବନ୍ଧୁ ଓ ତାଙ୍କ ପରିବାର ମଧ୍ୟ ଥାଆନ୍ତି । ପ୍ରଭୁଙ୍କ ଅପାର କରୁଣାରୁ ଯାତ୍ରା ସହଳ ଏବଂ ସଫଳ ହୋଇଥିଲା । ପୁରୀ ରେଳ ଷ୍ଟେସନରୁ ଓହ୍ଲେଇ ଅଟୋ ଯୋଗେ ବଳଗଣ୍ଡି ପର୍ଯ୍ୟନ୍ତ ଗଲୁ ।…

