✍ ଦ୍ୱାବିଂଶ ସମ୍ପାଦକୀୟ
ଆଉ ଏକ ବର୍ଷ ସରିଗଲା । ଆଶା ଓ ଆକାଂକ୍ଷାର ବର୍ଷଟିଏ ସରିଗଲା । ଭୟ, ଭ୍ରାନ୍ତି ଆଉ ଆଶଙ୍କାର ବର୍ଷଟିଏ ସରିଗଲା । ଅନେକ ଅବଶୋଷ, ବିଦ୍ୱେଷ, ପ୍ରତୀକ୍ଷା, ତିତୀକ୍ଷା ସବୁକୁ ଅବଲୋକନ କରୁ କରୁ ପୁଣି ବର୍ଷଟିଏ ସରିଗଲା । ଆଲୋଚନା-ପର୍ଯ୍ୟାଲୋଚନା, ଆରୋପ-ପ୍ରତ୍ୟାରୋପର ସଘନ ବର୍ଷଟିଏ ସରିଗଲା । କେତେ କେତେ ସ୍ୱଳ୍ପ ବିରାମ, ପୂର୍ଣ୍ଣ ବିରାମ ତଥା ପୂର୍ଣ୍ଣଛେଦର ବର୍ଷଟିଏ ଚାହୁଁ ଚାହୁଁ ସରିଗଲା । ମେଞ୍ଚା ମେଞ୍ଚା ପ୍ରତିଶୃତି ତଥା ସମ୍ଭାବନା ସବୁ ଅଙ୍କୁରୋଦ୍ଗମ ହେବା ଆଗରୁ ପୁଣି ବର୍ଷଟିଏ…

