Editorial Page of Shubhapallaba 32nd Edition

✍ ଦ୍ୱାତ୍ରିଂଶ ସମ୍ପାଦକୀୟ

ବିଜୟା ଦଶମୀରେ ଦଶାନନ ରାବଣ ଉପରେ ବିଜୟ ପ୍ରାପ୍ତି ପରେ ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର, ମାତା ଜାନକୀ ତଥା ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନର ଦିନ ହେଉଚି ଏହି ଦୀପାବଳି । ଚଉଦ ବର୍ଷର ବନବାସ ପରେ ପ୍ରତ୍ୟାବର୍ତ୍ତନର ଉତ୍ସବ ତ ହେବାର ହିଁ ଥିଲା ! ଅଯୋଧ୍ୟାର ପ୍ରତ୍ୟେକ ଘର ଦୀପାଲୋକରେ ଏପରି ଉଦ୍ଭାସିତ ହେଉଥିଲା ଯେ, ଅମାବାସ୍ୟାର ଅନ୍ଧକାର ମଧ୍ୟ ନିଜର ଅସ୍ତିତ୍ୱ ଖୋଜୁଥିଲା । ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଧୀରେଧୀରେ ଆମ ପରମ୍ପରାରେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 31st Edition

✍ ଏକତ୍ରିଂଶ ସମ୍ପାଦକୀୟ

ଇତିଶ୍ରୀ, ବେବିନାରୁ ମମିତା ଯାଏ… “ୟା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା । ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ॥”     ଶାରଦୀୟ ଶୁଭେଚ୍ଛା ସହ ଜୟ ଜଗନ୍ନାଥ !!!  

ଅଧିକ ପଢ଼ନ୍ତୁ
Editorial Page of Shubhapallaba 30th Edition

✍ ତ୍ରିଂଶ ସମ୍ପାଦକୀୟ

ଥରେ ଏମିତି କଥୋପକଥନ ସମୟରେ ବ୍ରହ୍ମଦେବ ଶ୍ରୀ ବିଷ୍ଣୁଙ୍କୁ ପ୍ରଶ୍ନକଲେ, “ହେ ଭଗବାନ ! ବ୍ରହ୍ମତତ୍ତ୍ୱ କ’ଣ ?” ଶ୍ରୀ ବିଷ୍ଣୁ ଚିରାଚରିତ ମୃଦୁମନ୍ଦ ସହାସ୍ୟ ବଦନରେ ବ୍ରହ୍ମଦେବଙ୍କୁ ଚାହିଁଲେ ଏବଂ କହିଲେ, “ବ୍ରହ୍ମଦେବ, ମୁଁ ସେ ତତ୍ତ୍ୱକୁ ଗୋଟିଏ ଶବ୍ଦରେ କହିପାରିବି, କିନ୍ତୁ ତାହା ତୁମ ପକ୍ଷେ ବୋଧଗମ୍ୟ ହେବନାହିଁ । ଅତଃ ଚାରୋଟି ଶ୍ଳୋକରେ ବୁଝାଉଛି।” ଭଗବାନ ଶ୍ରୀ ବିଷ୍ଣୁ ସେହି ଚାରୋଟି ଶ୍ଲୋକରେ ବ୍ରହ୍ମାଙ୍କୁ ବୁଝେଇଥିବା ବ୍ରହ୍ମତତ୍ତ୍ୱ ସେହି ଚାରୋଟି ଶ୍ଲୋକରେ ବୁଝିଥିଲେ ଭଗବାନ ବ୍ୟାସଦେବ ।…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 29th Edition

✍ ଉନତ୍ରିଂଶ ସମ୍ପାଦକୀୟ

ଦେଶ ଧୀରେଧୀରେ ମୁକୁଳୁଥିଲା ପ୍ରଥମ ଲହରର ବନ୍ଧନରୁ; ସାଧାରଣ ହେବାକୁ ଲାଗୁଥିଲା ଜୀବନ ଜୀବିକା । କଟକଣାରେ ଭୁଶୁଡି ପଡ଼ିଥିବା ଅର୍ଥନୀତି ଅଣ୍ଟା ସଳଖୁଥିଲା, ଚଳ ଚଞ୍ଚଳ ହେଉଥିଲା ରାସ୍ତାଘାଟ, ଦୋକାନ ବଜାର । ଲାଗୁଥିଲା ସତେ ଯେମିତି ଆମେ ବିଜୟୀ ହୋଇଛେ ଏ ଅଜଣା ଆତଙ୍କ ବିରୁଦ୍ଧ ଯୁଦ୍ଧରେ । କିନ୍ତୁ ନା ! ଏ ଭିତରେ ଶତ୍ରୁ ନୂତନ ରୂପରେ ତାହାର ବଳ ସଞ୍ଚରୁଥିଲା ଏବଂ ଆକ୍ରମଣ କଲା ପ୍ରଚଣ୍ଡ ଭାବରେ । କେହି କଣ ଭାବିଥିଲା ଆକ୍ରମଣ ଏତେ ଭୟାବହ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 28th Edition

✍ ଅଷ୍ଟାବିଂଶ ସମ୍ପାଦକୀୟ

ଆଷାଢ଼ ଶୁକ୍ଳ ଦ୍ଵିତୀୟା, ମହାପ୍ରଭୁଙ୍କର ନବ ଦିନାତ୍ମକ ଗୁଣ୍ଡିଚା ଯାତ୍ରା ପାଇଁ ବଡ଼ ଦାଣ୍ଡ ଚଳଚଞ୍ଚଳ, ଉତ୍ସବ ମୁଖର । ଚାରିଆଡ଼େ ଭକ୍ତିମୟ ପରିବେଶ । ବତାବରଣରେ ସତେ ଯେମିତି ଫେଣ୍ଟି ହୋଇଛି ବିଭୁକୃପାର ସୂକ୍ଷ୍ମ କଣାମାନ ! ପବିତ୍ର ଭାବଟିଏ ଆବୋରି ବସିଥାଏ ସବୁକିଛି । ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାଇ ଭଉଣୀଙ୍କସହ ରଥାରୋହଣ କରି ମହାପ୍ରଭୁ ପହଞ୍ଚିଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ । ଘଣ୍ଟ-ଘଣ୍ଟା, ଶଙ୍ଖ, ମୃଦଙ୍ଗ, କାହାଳୀ ସହ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ଗୁଣ୍ଡିଚା ମନ୍ଦିର ସମ୍ମୁଖ…

ଅଧିକ ପଢ଼ନ୍ତୁ