✍ ସପ୍ତବିଂଶ ସମ୍ପାଦକୀୟ
ଚାରିଆଡ଼େ ବୈଶ୍ୱିକ ମହାମାରୀର ବିଭତ୍ସ ରୂପ । ଅସହାୟ ମାନବ ସମାଜ ଆଜି ଭୀତ; ତ୍ରସ୍ତ । ହାହାକାରର ଅଦୃଶ୍ୟ ପରଦାଟିଏ ଢାଙ୍କିହୋଇଛି ବାତାବରଣରେ । ବଞ୍ଚିବାକୁ ସଂଘର୍ଷ କରୁଥିବା ମନୁଷ୍ୟର ଜୀବନ ଓ ଜୀବିକା ଦୁର୍ବିସହ । ଲାଚାର ଜୀବନ ଶୁଷ୍କ ପୁଷ୍ପ ପରି ଝଡ଼ି ପଡ଼ୁଛନ୍ତି ସମୟ ଅସମୟରେ । ହଜାରହଜାର ପରିବାର ଆଜି ଅନାଥ; ମୁରବି ବିହୀନ । ଅଦୃଶ୍ୟ ଆତଙ୍କଟିଏ ଅଙ୍ଗୁଳି ଦେଖାଇ ସତେ ଯେପରି ବିଦ୍ରୁପ କରୁଛି ତା’ ଅସହାୟତା ଉପରେ ! ଅସହାୟତାର ଏ କି ବିକଳାଙ୍ଗ ରୂପ…

