Odia Story Lockdown (ଲକ୍ ଡାଉନ୍) by Sudhanshu Sekhar Bal

ଲକ୍ ଡାଉନ୍

ପ୍ରଧାନ ମନ୍ତ୍ରୀ ଯେବେଠୁ ଲକ୍ ଡାଉନ୍ ଘୋଷଣା କଲେଣି ସମସ୍ତ ସ୍କୁଲ, କଲେଜ ଓ କିଛି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ହେଇ ଯାଇଛି । ସମସ୍ତେ ଏବେ ପ୍ରାୟେ ଘରେ । ସ୍ୱାତି ଆଉ ସମର୍ ଦୁଇ ଜଣ ଏବେ ଘରେ ଅଛନ୍ତି । ସେ ଦୁଇ ଜଣ ଟି.ସି.ଏସ୍ ସଫ୍ଟୱାୟାର କମ୍ପାନୀରେ କାମ କରନ୍ତି । ଯେବେଠୁ କରୋନା ପାଇଁ ଲକ୍ ଡାଉନ୍ ହେଲାଣି ସେବେଠୁ ସ୍ୱାତି ଆଉ ସମର୍ ପ୍ରାୟ ଘରୁ କାମ କରୁଛନ୍ତି । ଏଇ ଭୁବନେଶ୍ୱର…

ଅଧିକ ପଢ଼ନ୍ତୁ
Odia Story Sesha Santaka (ଶେଷ ସନ୍ତକ) by Pritisima Swain

ଶେଷ ସନ୍ତକ

ସକାଳୁ ସକାଳୁ ବୋଉ ଯେତେ ଡାକିଲେ ବି ରିମା ବିଛଣା ଛାଡ଼ୁ ନଥାଏ । ବରଂ ବୋଉ ଉପରେ ବିରକ୍ତ ହୋଇ ପୁଣି ଘୋଡ଼େଇ ହେଇ ଶୋଇପଡ଼େ । ଆଜି କ’ଣ ହେଇଛି କେଜାଣି ସେ ଭାରି ଚିଡ଼ୁଛି । ଘଣ୍ଟାରେ ୯ଟା ବାଜିବା ଯାଏ ସେ ବିଛଣାରେ ପଡ଼ି ରହିଛି । ବୋଉ ବହୁତ କରି କହିଲା, “ଆଲୋ ଯା’ ଗାଧେଇ ଆସିବୁ, ନହେଲେ ଭାଇ କାମକୁ ଚାଲିଯିବ । ତୁ ଆଉ ରାକ୍ଷୀ ବାନ୍ଧିପାରିବୁନି ।” ଉଠିଲା ସିନା ହେଲେ ତା’ର ଏକା…

ଅଧିକ ପଢ଼ନ୍ତୁ
Odia Poem Hasara Janha (ହସର ଜହ୍ନ) by Ashutosh Meher

ହସର ଜହ୍ନ

ଆକାଶେ ହସଇ ହସକୁରି ଚାନ୍ଦ ସୁନାର ମୁକୁଟ ପିନ୍ଧି ତା’ ରୂପ ମାଧୁରୀ ମନେ ଲାଖିଯାଏ ପ୍ରେମ ଫାଶେ ଦିଏ ଛନ୍ଦି । ହସ ଭରେ ଲେସା ଲାବଣ୍ୟ ମାଧୁରୀ ମନ ନେଉଥାଏ କିଣି ଅନାଇଁ ରହିଲେ ରାତି ପାହିଯାଏ ସମୟ ସରେନା ଜାଣି । ଦେଖି ଚାହିଁ ଯାଉ ଜୀବନ ମୋ ବିତି ପ୍ରେମ ଏ’ ସୁଆଦ ଭିନ୍ନ ପ୍ରେମିକ ଜୀବନେ ବୁଡ଼େନା କେବେ ତ ପୁନେଇଁ ହସର ଜହ୍ନ । – ଆଶୁତୋଷ ମେହେର

ଅଧିକ ପଢ଼ନ୍ତୁ
Odia Poem Smruti (ସ୍ମୃତି) by Swarnamayee Sarangi

ସ୍ମୃତି

ସ୍ମୃତି ଏକ ରୂପା ଜହ୍ନ ମୋ ମନ ଆକାଶରେ କେବେ ଝଲମଲ ଅନୁଭୂତିର ଶୀତଳ ଜ୍ୟୋସ୍ନା ସାଥୀରେ କେବେ ବିବର୍ଣ୍ଣ ଅନୁଭୂତିର କଳା ବାଦଲ ଛାଇରେ, କେବେ ପ୍ରତିବିମ୍ବିତ ହୁଏ ଅନୁଭୂତିର କାଚ ଆଇନାରେ କେବେ ମତୁଆଲା ଅନୁଭୂତିର ପିଆଲା ପାନରେ, ଚିରଦିନ ଅଲିଭା ଅଙ୍କାବଙ୍କା ଗାରଟିଏ ମୋ ମନର ଭଙ୍ଗା ସିଲଟ ଛାତିରେ । କେବେକେବେ ଶୀତୁଆ ରାତ୍ରିର ପାହାନ୍ତି ପ୍ରହର ସ୍ୱପ୍ନରେ ସ୍ମୃତିସବୁ ଚୁପିଚୁପି ଆସି ମୋତେ ନିଦରୁ ଉଠାନ୍ତି, ଫ୍ରକ୍ ପିନ୍ଧା ଛୋଟ ଝିଅଟିଏ…

ଅଧିକ ପଢ଼ନ୍ତୁ
Odia Poem Samaya (ସମୟ) by Krushnendu Hota

ସମୟ

ସମୟ ଚକ୍ରରେ ଘୁରୁଛି ମଣିଷ ସବୁବେଳେ ଘୁରୁଥାଏ, କାହାକୁ ଅପେକ୍ଷା କରେନାହିଁ କେବେ ଅବିରତ ଚାଲୁଥାଏ । ଗଲା ସମୟ ସେ ବିତିଯାଇଅଛି ଆଉ ସେ ଫେରିବ ନାହିଁ, ଛାପି ହୋଇଯିବ ହୃଦୟ କାନ୍ଥରେ କଦାପି ଲିଭିବ ନାହିଁ । ଠିକ୍ ଭୁଲ୍ କ’ଣ କହେ ସମୟ ହୁଏନି ସେ ସ୍ୱାର୍ଥପର, ଆଦେଶ ତାହାର ନମାନି ଚଳିଲେ ଭବିଷ୍ୟତ ଅନ୍ଧକାର । ସମୟକୁ ଯିଏ ଗୋଇଠା ମାରିକି ଭୁଲିଯାଏ ତା’ର ପାପ, ବୁଝିଲା ସମୟେ କିଛି ଥିବ ନାହିଁ କରୁଥିବ ପଶ୍ଚାତାପ ।…

ଅଧିକ ପଢ଼ନ୍ତୁ