ଆକାଶେ ହସଇ ହସକୁରି ଚାନ୍ଦ
ସୁନାର ମୁକୁଟ ପିନ୍ଧି
ତା’ ରୂପ ମାଧୁରୀ ମନେ ଲାଖିଯାଏ
ପ୍ରେମ ଫାଶେ ଦିଏ ଛନ୍ଦି ।
ହସ ଭରେ ଲେସା ଲାବଣ୍ୟ ମାଧୁରୀ
ମନ ନେଉଥାଏ କିଣି
ଅନାଇଁ ରହିଲେ ରାତି ପାହିଯାଏ
ସମୟ ସରେନା ଜାଣି ।
ଦେଖି ଚାହିଁ ଯାଉ ଜୀବନ ମୋ ବିତି
ପ୍ରେମ ଏ’ ସୁଆଦ ଭିନ୍ନ
ପ୍ରେମିକ ଜୀବନେ ବୁଡ଼େନା କେବେ ତ
ପୁନେଇଁ ହସର ଜହ୍ନ ।
– ଆଶୁତୋଷ ମେହେର