Odia Poem Tame (ତମେ) by Kanhu Charan Sahu

ତମେ

ତମେ ସିନା ବୁଝିପାରନି ମୋତେ, ମୋ ଭାବନାକୁ ହେଲେ କେବଳ ତମେ ହିଁ ଥାଅ ମୋ ଭିତରେ, ମୋ ସ୍ପନ୍ଦନେ । ଯେତେବେଳେ ଦୁଇଆଖି ଚାହିଁରହେ କାହାକୁ ସେହି କାହାକୁ ହିଁ ତମେ ଯେତେବେଳେ ହୃଦୟ ଖୋଜେ ଆଉ ଗୋଟେ ହୃଦୟକୁ ସେହି ହୃଦୟ ହିଁ ତମର ଥାଏ । ବୁଝିପାରନି ତମେ ମୋ’ ହୃଦୟର ଅକୁହା ଆବେଗ ଅନେକ ଥର କହିଲା ପରେ ସହି ପାରେନି ଏ ହୃଦୟ ଆପଣାର ମଣିଷ କାହାକୁ ଯେବେ କରିନିଏ ନିଜର । ରାତି…

ଅଧିକ ପଢ଼ନ୍ତୁ
Odia Poem Jibana Kshana Kshanake Ana (ଜୀବନ କ୍ଷଣ କ୍ଷଣକେ ଆନ) by Dibyashree Biswabandya Jena

ଜୀବନ କ୍ଷଣ କ୍ଷଣକେ ଆନ

ନା ତୁ କେବେ କହିଲୁ ନା ମୁଁ କହି ପାରିଲି ତୋ’ ପାଦ ବି ଅଟକିଗଲା ଆଉ ମୋ’ର ବି ବାନ୍ଧି ହେଇଗଲା କଥାଟା କହି ଦେଇଥିଲେ ତ ସରି ଯାଇଥାନ୍ତା କିନ୍ତୁ ନା ତୁ ଆରମ୍ଭ କରି ପାରିଲୁ ନା ମୁଁ ଶେଷ କରି ପାରିଲି ତୁ ତୋ’ ବାଟରେ ଚାଲିଗଲୁ ଆଉ ମୁଁ ମୋ’ ବାଟରେ ଦୁଇଟି ସମାନ୍ତରାଳ ରାସ୍ତାରେ ଏମିତି ଛୋଟ ଛୋଟ କଥାରେ, ମନ ମାରି ବସିଲେ ମନେଇବ କିଏ? ଜୀବନ…

ଅଧିକ ପଢ଼ନ୍ତୁ
Odia Story Agalpa (ଅଗଳ୍ପ) by Madhabi Madhusmita Bhanjadeo

ଅଗଳ୍ପ

ଆସନ୍ତାକାଲି ଠାରୁ ତାଲା ବନ୍ଦ ହେବ ୭ଟି ଜିଲ୍ଲାରେ । – କ’ଣ? ସତରେ ! – ହଁ ପରା । ରାଜ୍ୟରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଘୋଷଣା । ଧାରା ୧୪୪ ଲାଗିବ ୭ଟି ଜିଲ୍ଲାରେ । – ତା’ ମାନେ ସବୁ ଯିବା ଆସିବା ପରିବହନ ବନ୍ଦ କାଲିଠାରୁ? ତା’ ମାନେ ମୁଁ ଆଉ ଆସିପାରିବିନି ତ ଏଠିକୁ !? – ହଁ ଭଲ ହେବ । ଘରେ ରହିବ । ପଦାକୁ ବାହାରିବନି । ଗୋଟେ କୋରୋନା ଭାଇରସ୍…

ଅଧିକ ପଢ଼ନ୍ତୁ
Odia Poem Jamijaithiba Baraf Samparkare (ଜମି ଯାଇଥିବା ବରଫ ସମ୍ପର୍କରେ) by Mrutyunjay Patra

ଜମି ଯାଇଥିବା ବରଫ ସମ୍ପର୍କରେ

ସେଦିନ ଶୀତ ଶେଷେ ଗୋଧୂଳି ବେଳାରେ ତୁମେ ଆଉ ମୁଁ ପାଖାପାଖି ଚାଲୁଥିଲୁ କୁଶେଇ ନଦୀ କୂଳେ କୂଳେ ପଉଷର ପୂନେଇ ମେଳାରେ । ଡେଙ୍ଗା ତାଳଗଛ ଦେଖାଇ ତମେ କହିଥିଲ ଏଇ ଦେଖ, ପବନରେ କେମିତି ଦୋହଲୁଛି ବାଇଚଢ଼େଇ ବସା; ଭିତରେ ଟିକି ଚଢ଼େଇଟା ଚାହିଁ ବସିଥିବ ବସା ଲେଉଟାଣି ବେଳ ମା’ ଚଢ଼େଇଟା ଆହାର ଆଣିବ । ତୁମେ ଗଲା ପରେ ବହୁଦିନୁ ନଈକୂଳେ ଯାଇନାହିଁ, ପଉଷଟା କେବେ ଆସେ କେବେ ଯାଏ ଜାଣିପାରେ ନାହିଁ, ତୁମେ…

ଅଧିକ ପଢ଼ନ୍ତୁ
Odia Poem Hajigala (ହଜିଗଲା) by Niranjan Pande

ହଜିଗଲା

ଶିକ୍ଷାରୁ ଚରିତ୍ର, କର୍ମ ଅପବିତ୍ର, ସମାଜର ହିତ ହଜିଗଲା; ଉଚ୍ଚ ଶିକ୍ଷା ନେଇ, ବଡ଼ ପଦ ପାଇ, ମାନବତା କାଇଁ ହଜିଗଲା? ସ୍ୱାଭିମାନୀ ହୋଇ, ଶାଗପେଜ ପିଇ, ଆନନ୍ଦେ ଚଳିବା ହଜିଗଲା; ଦରମା ଗୋଟେଇ, ଉପୁରି କମେଇ, ଆହୁରି ନିଅଣ୍ଟ ରହିଗଲା । ପରିବାର ପାଇଁ, ରାତିଦିନ ଧାଇଁ, ସପନର ଘର ଗଢ଼ି ଥିଲା; ବାପାକୁ ଦୂରେଇ, ମାଆକୁ ଦୂରେଇ, ବୃଦ୍ଧାଶ୍ରମେ ପୁଅ ଛାଡ଼ିଦେଲା । ଝିଣ୍ଟିକା ମାରଇ, ବଣିକୁ ପୋଷଇ, ଅଜ୍ଞାନ ଅନ୍ଧାରେ ହଜିଗଲା; ଧର୍ମକୁ ଅନେଇ, ମାନବ…

ଅଧିକ ପଢ଼ନ୍ତୁ