Odia Poem Smruti (ସ୍ମୃତି) by Swarnamayee Sarangi

ସ୍ମୃତି

ସ୍ମୃତି ଏକ ରୂପା ଜହ୍ନ ମୋ ମନ ଆକାଶରେ କେବେ ଝଲମଲ ଅନୁଭୂତିର ଶୀତଳ ଜ୍ୟୋସ୍ନା ସାଥୀରେ କେବେ ବିବର୍ଣ୍ଣ ଅନୁଭୂତିର କଳା ବାଦଲ ଛାଇରେ, କେବେ ପ୍ରତିବିମ୍ବିତ ହୁଏ ଅନୁଭୂତିର କାଚ ଆଇନାରେ କେବେ ମତୁଆଲା ଅନୁଭୂତିର ପିଆଲା ପାନରେ, ଚିରଦିନ ଅଲିଭା ଅଙ୍କାବଙ୍କା ଗାରଟିଏ ମୋ ମନର ଭଙ୍ଗା ସିଲଟ ଛାତିରେ । କେବେକେବେ ଶୀତୁଆ ରାତ୍ରିର ପାହାନ୍ତି ପ୍ରହର ସ୍ୱପ୍ନରେ ସ୍ମୃତିସବୁ ଚୁପିଚୁପି ଆସି ମୋତେ ନିଦରୁ ଉଠାନ୍ତି, ଫ୍ରକ୍ ପିନ୍ଧା ଛୋଟ…

ଅଧିକ ପଢ଼ନ୍ତୁ
Odia Poem Samaya (ସମୟ) by Krushnendu Hota

ସମୟ

ସମୟ ଚକ୍ରରେ ଘୁରୁଛି ମଣିଷ ସବୁବେଳେ ଘୁରୁଥାଏ, କାହାକୁ ଅପେକ୍ଷା କରେନାହିଁ କେବେ ଅବିରତ ଚାଲୁଥାଏ । ଗଲା ସମୟ ସେ ବିତିଯାଇଅଛି ଆଉ ସେ ଫେରିବ ନାହିଁ, ଛାପି ହୋଇଯିବ ହୃଦୟ କାନ୍ଥରେ କଦାପି ଲିଭିବ ନାହିଁ । ଠିକ୍ ଭୁଲ୍ କ’ଣ କହେ ସମୟ ହୁଏନି ସେ ସ୍ୱାର୍ଥପର, ଆଦେଶ ତାହାର ନମାନି ଚଳିଲେ ଭବିଷ୍ୟତ ଅନ୍ଧକାର । ସମୟକୁ ଯିଏ ଗୋଇଠା ମାରିକି ଭୁଲିଯାଏ ତା’ର ପାପ, ବୁଝିଲା ସମୟେ କିଛି ଥିବ…

ଅଧିକ ପଢ଼ନ୍ତୁ
Odia Poem Sesha Prasna Tumaku (ଶେଷ ପ୍ରଶ୍ନ... ତୁମକୁ) by Sushama Parija

ଶେଷ ପ୍ରଶ୍ନ… ତୁମକୁ

ତୁମେ ଥିଲ ସମସ୍ତଙ୍କଠୁ ଭିନ୍ନ ସ୍ଥିତଧୀ, ଦରଦୀ ମଣିଷଟିଏ ଯିଏ ମାନବତାର ମୂଲ୍ୟ ବୁଝିଥିଲା ଶୈଶବରେ ଧୂଳି ଖେଳବେଳେ କାହା ଦେହରେ କ୍ଷତଟିଏ ହେଲେ ତୁମ ଆଖିରେ ଲୁହ ଆସୁଥିଲା, ଗାଆଁରେ ଖୁବ୍ ନିକଟରୁ ଦେଖିଥିଲ ଦାରିଦ୍ର୍ୟର ଯନ୍ତ୍ରଣା ଆଉ ଅସହାୟତାକୁ, ଗୌତମ ବୁଦ୍ଧଙ୍କ ଭଳି ବ୍ୟସ୍ତ, ବ୍ୟଥିତ ହୋଇ କହୁଥିଲ, ଏମାନଙ୍କୁ ଏମିତି ମରିବାକୁ ଦେବିନି ମୁଁ । ଏଇଠୁ ତିଆରିବି ସ୍ୱର୍ଗ ସେମାନଙ୍କ ପାଇଁ, ହସିବ ମୋ ଗାଆଁ, ମୋ ମାଆ, ମୋ’ ମାଟି…

ଅଧିକ ପଢ଼ନ୍ତୁ
Odia Poem Kuanra Punei Janha (କୁଆଁର ପୁନେଇ ଜହ୍ନ) by Mamata Sahu

କୁଆଁର ପୁନେଇ ଜହ୍ନ

କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ ଶରତ ଆକାଶେ ଜହ୍ନ ହସୁଥାଏ କେଡ଼େ ଶୋଭା ଦିଶେ ପୁଣି ॥ କୁଆଁରୀ ମନରେ ଅପୂର୍ବ ଆନନ୍ଦ ପୁଚି ଖେଳିବାକୁ ମନ ଆହୁରି ସୁନ୍ଦର ସଜାଇ ହୁଅନ୍ତି ପିନ୍ଧନ୍ତି ନୂଆଁ ବସନ ॥ ଚନ୍ଦନ କୁଙ୍କୁମ ଅଳତା ନାଇକି ମିଳନ୍ତି ଚଉଁରା ମୂଳେ ଝିଅ ବୋହୂ ମିଶି ହରସ ମନରେ ଚଉଁରାରେ ଦୀପ ଜାଳେ ॥ ଚାନ୍ଦ ପୂଜା ପାଇଁ ସଜବାଜ ହୋଇ ଆନନ୍ଦେ ଭୋଗ ବାଢ଼ନ୍ତି…

ଅଧିକ ପଢ଼ନ୍ତୁ
Odia Poem Kartabya (କର୍ତ୍ତବ୍ୟ) by Alok Tripathy

କର୍ତ୍ତବ୍ୟ

ଏକ ଅଳସଭରା ବେଳାରେ, ଜହ୍ନ ଯେବେ ଉଙ୍କି ମାରେ ମନର ଆକାଶେ । ଆଉ କେତେଯେ ଯାତରା ଚାଲେ, ଇଚ୍ଛାର ବେଳାଭୂମି ଠାରେ । ହେଲେ କାହୁଁ ମାଡ଼ି ଆସେ ବାସ୍ତବିକତାର ବତାସ, ଆଉ ଉଜାଡ଼ି ଦିଏ ସବୁକିଛି । କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ବି, ଲାଗେ ଭୀଷଣ ବଜ୍ରଧ୍ୱନି, ଧମକ ଦିଏ ସମୟ, ବାକିଥିବା ଦାୟିତ୍ୱର ହିସାବ ମାଗି ପଚାରେ, ଆଉ କେବେ??? ଆଉ କେବେ??? – ଆଲୋକ ତ୍ରିପାଠୀ

ଅଧିକ ପଢ଼ନ୍ତୁ