You are currently viewing ତୁମପାଇଁ
ତୁମପାଇଁ

ତୁମପାଇଁ

ତୁମରି ଅସ୍ତିତ୍ୱ, ତୁମ ଅତୀତ !
ତୁମ ପାଇଁ ବର୍ତ୍ତମାନ, ମୋ ପରିସ୍ଥିତ !
ତୁମ ସହିତ ଭବିଷ୍ୟତ ଓ ତା’ର ସମ୍ଭାବନା !

ସମୟ ଚକ୍ରରେ ତୁମେ ସତେ ଅନାମିକା !
ସ୍ୱପ୍ନ ରାଜ୍ୟର ଯେମିତି ନାୟିକା
ମୋ କଠୋର ନିର୍ଦ୍ଦେଶର କରି ଅବମାନନା
ବିଚଳିତ ମନ ମୋର ହେଇ ଆନମନା
ତୁମକୁ ଖୋଜି ଖୋଜି !
ତୁମଠାରେ ଯାଇ !! ତୁମକୁ ପାଇ !!
ହଜେଇ ଦେଲାଣି ମୋ ମନର ଥିବା ସବୁ ଅନାବନା ଭାବନା…

ମନୋରଞ୍ଜନ ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମନୋରଞ୍ଜନ ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।