You are currently viewing ନିଃସଙ୍ଗତା
ନିଃସଙ୍ଗତା

ନିଃସଙ୍ଗତା

ଏ ଫିକା ଫିକା ଆଲୁଅର ଛାଇ
ମନରେ ଭରିଛି ଅସୁମାରୀ ପ୍ରୀତି
ଚାରି କାନ୍ଥ ବନ୍ଦ କବାଟର ନୀରବତା
ମନରେ ଭରୁଛି କିନ୍ତୁ ବ୍ୟଥାର ରାତି

ଅନ୍ଧାର ରାତିରେ ଝାପସା ଆଲୁଅରେ
ବସି ଭାବେ ମୁଁ ତୁମରି କଥା
ଆଖିରେ ଆଖିଏ ନିଦ ହେଲେ
ହେଲେ ଶୋଇ ଦେଉନି ଏ ମନର ବ୍ୟଥା ।

ନିଦ ଭରା ଆଖି ଆଜି ଯାଇଛି ହଜି
କ୍ଳାନ୍ତ ଶରୀର ଭିତରେ ସେ ବାଟବଣା
ବଢ଼ୁଛି ରାତି ବଢ଼ୁଛି ତାତି
ଅମାନିଆ ମନଟା ଖୋଜୁଛି କାହା ଠିକଣା
ଝରଖା କୋଣରେ ଭାସି ଆସୁଛି
ସେ ଛାଇ ଆଲୁଅର ଚମକ
ତା ମିଠା ମିଠା ବାସନା ଘୁରି ବୁଲୁଛି ଏଠି
ଲାଗୁଛି ଶୁଆଇ ଦେବ ନାହିଁ ମତେ
କରି କେତେ କପଟ ଆଉ କୁହୁକ

ଏ କଅଁଳ କିରଣ ଯେବେ ଆସି
ମତେ ଦେଲା ଟିକେ ଛୁଇଁ
ନିଦୁଆ ଆଖିରେ ଅନାଇ ଦେଖେ ତ
ତମ ବାସ୍ନାର ଚିହ୍ନ ବି ଟିକେ ନାହିଁ ।

ଏ ଅଳସୀ ଆଖି ଖୋଜି ବୁଲେ
ସେହି ସ୍ବପ୍ନର ବାଙ୍କ ଚାହାଣୀ
ଝରଖା ଫାଙ୍କ ରେ ସୁରୁଜ ହସି ହସି
ସଙ୍କେତ ଦିଏ ନିଃସଙ୍ଗତାର ବାଣୀ ।

– ଡ. ରଶ୍ମୀ ରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ରଶ୍ମିରଞ୍ଜନ ସାହୁ ଜଣେ ରସାୟନ ବିଜ୍ଞାନର ଗବେଷକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।